Ajira Rasifala: ଆଜି ମେ’ ମାସ ୯ ତାରିଖ ଶୁକ୍ରବାର, ହସ୍ତା ଓ ଚିତ୍ରା ନକ୍ଷତ୍ରେ ବିବାହ ପାଣିଗ୍ରହଣ, ଚତୁର୍ବେଦୀ ବ୍ରତୋପନୟନ
Ajira Rasifala: ହିନ୍ଦୁ କ୍ୟାଲେଣ୍ଡର ମୁତାବକ ବୈଶାଖ ମାସ ଉନ୍ନବିଂଶ ଦିନ । ମେଷ ମାସ ୨୬ ଦିନରେ ପଦାର୍ପଣ କରିଛି । ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି । ଚନ୍ଦ୍ର ଅବସ୍ଥାନ କରିଛନ୍ତି ହସ୍ତା ନକ୍ଷତ୍ର କନ୍ୟା ରାଶିରେ । ଆଜି ଦ୍ୱାଦଶୀ ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଆଜି ହସ୍ତା ଓ ଚିତ୍ରା ନକ୍ଷତ୍ରେ ବିବାହ ପାଣିଗ୍ରହଣ, ଚତୁର୍ବେଦୀ ବ୍ରତୋପନୟନ, ଗୃହ ପ୍ରତିଷ୍ଠା ଓ ଗୃହାରମ୍ଭ କରଣୀୟ ।
ଯୋଗିନୀ ନୈଋତ କୋଣରେ ଅବସ୍ଥାନ କରିଛନ୍ତି । ଦିନ ୨ଟା ୪୧ ମିନିଟ୍ ପରେ ଦକ୍ଷିଣ ଦିଗରେ ଅବସ୍ଥାନ କରିବେ । ଯୋଗିନୀଙ୍କୁ ବାମକଡ଼ରେ ରଖି ଯାତ୍ରା କରିପାରନ୍ତି । ଆଜି ବୃଷ ରାଶିର ଘାତଚନ୍ଦ୍ର । ବିଛା, ଧନୁ ଓ ମୀନ ରାଶିର ଘାତବାର । ଆଜି ପୋଇ ଓ ବାଇଗଣ ସେବନ ମନା ।
ଆଜି ଦିନଟି ୧୨ଟି ରାଶିର ଲୋକଙ୍କ ପାଇଁ ଆଣିଥିବା ଶୁଭ ସମାଚାର ସଂପର୍କରେ ଜଣାଇବା ପୂର୍ବରୁ ଛୋଟ ଅନୁରୋଧ କରୁଛି । ନୂଆ କରି ଆମ ଚାନେଲ ଦେଖୁଥିଲେ, ବେଲ ଆଇକନ୍ ଟିପି ଆମ ଚାନେଲକୁ ସବ୍ ସ୍କ୍ରାଇଭ କରନ୍ତୁ । ଆପଣଙ୍କର ବ୍ୟକ୍ତିଗତ ସମସ୍ୟା ଥିଲେ, ଆମକୁ ହ୍ୱାଟ୍ସ୍ ଆପ୍ ଜରିଆରେ ଜଣାଇ ପାରିବେ ।
ପ୍ରିୟ ମେଷରାଶି ଜାତକ, ଆଜି ଆପଣଙ୍କ ନିକଟରେ କର୍ତବ୍ୟ ପରାୟଣତାର ଅଭାବ ପରିଲକ୍ଷିତ ହେବ । ଅଯଥା କାମରେ ସମୟ ନଷ୍ଟ କରି ଧନହାନୀ ଓ ପ୍ରାଣପୀଡ଼ା ଭୋଗିପାରନ୍ତି । ଅନ୍ୟମାନଙ୍କ କଥାରେ ମୁଣ୍ଡ ନ ପୁରାଇବା ଆପଣଙ୍କ ପାଇଁ ଉଚିତ ହେବ । ଆଜି ପାଇଁ ଆପଣଙ୍କର ଭାଗ୍ୟଶାଳୀ ରଙ୍ଗ ନୀଳ ଓ ଭାଗ୍ୟବାନ୍ ନମ୍ବର ୩ ।
ପ୍ରିୟ ବୃଷରାଶି ଜାତକ, ଆଜି ଅଫିସରେ ଆପଣ ଅନ୍ୟମାନଙ୍କ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ । ନିଜ କାମ ପ୍ରତି ସଚେତନ ରୁହନ୍ତୁ । ଅନ୍ୟଥା ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଅପମାନ ପାଇପାରନ୍ତି । ଛାତ୍ରଛାତ୍ରୀମାନେ ପଢ଼ା ପ୍ରତି ଅବହେଳା କରିପାରନ୍ତି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଗୋଲାପୀ ଓ ଭାଗ୍ୟବାନ ନମ୍ବର ୯ ।
ପ୍ରିୟ ମିଥୁନ ରାଶି ଜାତକ, ଆଜି ଆପଣ ଅଫିସରେ ଅନ୍ୟମାନଙ୍କ କଥାକୁ ଏଡାଇ ଯାଆନ୍ତୁ । ସହକର୍ମୀମାନେ ଆପଣଙ୍କୁ ଅଡୁଆରେ ପକାଇ ପାରନ୍ତି । ସହକର୍ମୀଙ୍କ ନିକଟରୁ ଦୂରତା ରକ୍ଷା କରି ଉପରିସ୍ଥ ଅଧିକାରୀଙ୍କ ପରାମର୍ଶ ମୁତାବକ କାମ କରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଲାଲ । ଭାଗ୍ୟବାନ ନମ୍ବର ୫ ।
ପ୍ରିୟ କର୍କଟ ରାଶି ଜାତକ, ସରକାରୀ ସ୍ତରରେ ଅଟକି ରହିଥିବା କାମ ଆଜି ଚୂଡ଼ାନ୍ତ ରୂପ ନେଇପାରେ । ସରକାରୀ କର୍ମଚାରୀଙ୍କ ପାଇଁ ଆଜି ଦିନଟି ଭଲ ଅଛି । ପାରିବାରିକ ପରିବେଶ ହସଖୁସି ଭରା ରହିବ । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ନାରଙ୍ଗୀ, ଭାଗ୍ୟବାନ ନମ୍ବର ୬ ।
ପ୍ରିୟ ସିଂହରାଶି ଜାତକ, କର୍ମକ୍ଷେତ୍ରରେ ଆପଣଙ୍କୁ କଠିନ ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । ନିଜ କର୍ତବ୍ୟ ପ୍ରତି ସଚେତନ ରୁହନ୍ତୁ । ଉପସ୍ଥିତ ବୁଦ୍ଧି ବଳରେ ପରିସ୍ଥିତିକୁ ମୁକାବିଲା କରନ୍ତୁ, ସଫଳତା ପାଇବେ । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ଆକାଶ ନୀଳ ଓ ଭାଗ୍ୟବାନ ନମ୍ବର ୧ ।
ପ୍ରିୟ କନ୍ୟା ରାଶି ଜାତକ, ଆଜି ଆପଣଙ୍କ ଉପରେ ଅଧିକ କାମ ଚାପ ପଡ଼ିବାର ଆଶଙ୍କା ରହିଛି । ମାତ୍ର ସେଗୁଡ଼ିକୁ ଠିକ ସମୟରେ ସଂପୂର୍ଣ୍ଣ କରି ଆପଣ ଉଚ୍ଚ ଅଧିକାରୀଙ୍କ ପ୍ରିୟ ପାତ୍ର ହେବେ । ତରବରିଆ ଭାବେ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ବୁଝି ବିଚାରି ନିଷ୍ପତି ନିଅନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ନୀଳ । ଭାଗ୍ୟବାନ ନମ୍ବର୫ ।
ପ୍ରିୟ ତୁଳାରାଶି, ଆଜି ଆପଣ ଏକାଗ୍ରତାର ସହ କାମ କରନ୍ତୁ, ନିର୍ଦ୍ଧାରିତ ସମୟ ପୂର୍ବରୁ କାମଗୁଡ଼ିକ ସାରିପାରିବେ । ଆପଣଙ୍କ ଜୀବନ ପଥରେ ଆସୁଥିବା ବାଧାଗୁଡ଼ିକ ଆପେ ଆପେ ଦୂର ହୋଇଯିବ । ଆପଣଙ୍କ ଦକ୍ଷତା ହିଁ ଆପଣଙ୍କ ସଫଳତାର ଚାବିକାଠି । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ହେଉଛି ଧଳା, ଭାଗ୍ୟବାନ ନମ୍ବର ୬ ।
ପ୍ରିୟ ବିଛା ରାଶି ଜାତକ, ଆଜି ଅଫିସ କାମଗୁଡ଼ିକ ଆପଣଙ୍କୁ ବୋଝ ତୁଲ୍ୟ ମନେ ହେବ । କାମଗୁଡ଼ିକ ଠିକ ସମୟରେ ଶେଷ କରି ନ ପାରି ବ୍ୟତିବ୍ୟସ୍ତ ହୋଇପାରନ୍ତି । ଧ୍ୟାନମଗ୍ନ ଋଷି ଭଳି କାମ କରନ୍ତୁ, ସବୁ ଠିକ ହୋଇଯିବ । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ଲାଲ, ଭାଗ୍ୟବାନ ନମ୍ବର ୯ ।
ପ୍ରିୟ ଧନୁରାଶି ଜାତକ, ଆଜି ଅଫିସରେ ମନଧ୍ୟାନ ଦେଇ କାମ କରନ୍ତୁ । ପଦୋନ୍ନତି ଅବା ଦରମା ବୃଦ୍ଧି ପାଇଁ ସହାୟକ ହୋଇପାରେ । ଦକ୍ଷତା ଓ ଯୋଗ୍ୟତା ଅନୁସାରେ ଦାୟିତ୍ୱ ବହନ କରନ୍ତୁ ଓ ନିର୍ଦ୍ଧାରିତ ସମୟରେ ସାରନ୍ତୁ । ଆଶାତୀତ ଫଳ ପାଇବେ । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ହଳଦିଆ ଓ ଭାଗ୍ୟବାନ ନମ୍ବର ୩ ।
ପ୍ରିୟ ମକର ରାଶି ଜାତକ, ଆପଣ କ୍ୟାରିୟର କ୍ଷେତ୍ରରେ ଆଗକୁ ଯିବା ପାଇଁ ଲଗାତର ପରିଶ୍ରମ କରି ଆସୁଛନ୍ତି । ମନେରଖନ୍ତୁ, କ୍ୟାରିୟର ଗଢ଼ିବା ଆଶାରେ ଅଫିସର ସବୁ କାମକୁ ମାଡ଼ି ବସନ୍ତୁ ନାହିଁ । ଅଧିକ କାମ ଚାପ ଆପଣଙ୍କୁ ମାନସିକ ସ୍ତରରେ ଦୁର୍ବଳ ଓ ଶରୀରକୁ ଅସୁସ୍ଥ କରିପାରେ । କାମଗୁଡ଼ିକ ସାରିବା ପାଇଁ ଆପଣ ଉଚ୍ଚ ଅଧିକାରୀଙ୍କ ନିକଟରୁ ଅତିରିକ୍ତ ସମୟ ଲୋଡ଼ିପାରନ୍ତି । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ନୀଳ । ଭାଗ୍ୟବାନ ନମ୍ବର ୮ ।
ପ୍ରିୟ କୁମ୍ଭରାଶି ଜାତକ, ଆଜି ଆପଣ ମାନସିକ ସ୍ତରରେ ଅନୁଭବ କରିପାରନ୍ତି ଯେ ଆପଣଙ୍କ ବ୍ୟବସାୟ କଳେବର ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ସତକଥା ହେଉଛି, ବ୍ୟବସାୟ ଆଗକୁ ବଢ଼ିବା ପଛରେ ଆପଣଙ୍କର ଅବିଶ୍ରାନ୍ତ ପରିଶ୍ରମ ଓ ସହକର୍ମୀଙ୍କ ପ୍ରୋତ୍ସାହନ ଦାୟୀ । ନିରବତାର ସହ କାମ କରନ୍ତୁ ଭାଗ୍ୟ ଉପରେ ସବୁ ଛାଡ଼ି ଦିଅନ୍ତୁ । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ କଳା । ଭାଗ୍ୟବାନ ନମ୍ବର ୮ ।
ପ୍ରିୟ ମୀନ ରାଶି ଜାତକ, କଠିନ ପରିଶ୍ରମ କରି ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହୋଇପାରନ୍ତି । ମନେରଖନ୍ତୁ ଆପଣଙ୍କ ପରିଶ୍ରମ ଆପଣଙ୍କୁ ସଫଳତାର ଶୀର୍ଷରେ ପହଂଚାଇ ପାରିବ । ସୁନେଲି ଭବିଷ୍ୟତ ପାଇଁ ଏବେଠାରୁ ସମୟ ସହିତ ପାଦ ମିଳାଇ ଚାଲନ୍ତୁ । ଆଜି ପାଇଁ ଆପଣଙ୍କର ଶୁଭ ରଙ୍ଗ ହଳଦିଆ । ଭାଗ୍ୟବାନ ନମ୍ବର ୩ ।