ଗ୍ରୀନ୍‌ ଟି’ ପିଉଥିଲେ ସାବଧାନ

ଏହି କାରଣରୁ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ…

ଆଜି କାଲି ଗ୍ରୀନ୍‌ ଟି’ ପିଇବା ଏକ ଟ୍ରେଣ୍ଡ ପାଲଟିଗଲାଣି। ପତଳା ହେବା ପାଇଁ ଆଉ ଫିଟ୍‌ ରହିବା ପାଇଁ ଅଧିକାଂଶ ଲୋକେ ଗ୍ରୀନ୍‌ ଟି’ ପିଇବାକୁ ଭାରି ପସନ୍ଦ କରନ୍ତି। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଗ୍ରୀନ୍ ଟି’କୁ ଯଦି ଆପଣ ସଠିକ୍ ଭାବରେ ନ ପିଇବେ, ତେବେ ଏହା ଭୟାନକ ହୋଇପାରେ।

ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଅନେକ ଲୋକଙ୍କର ସକାଳେ ଖାଲି ପେଟରେ ଗ୍ରୀନ୍ ଟି’ ପିଇବା ଅଭ୍ୟାସ ଅଛି, କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ଭାରି ପଡିପାରେ। ଖାଲି ପେଟରେ ଗ୍ରୀନ୍ ଟି ପିଇବା ଦ୍ୱାରା ପେଟ ଜଳେ ଓ ଭୋକ ହୁଏନି।

କିଛି ଖାଇବାକୁ ଭଲ ଲାଗିବନି। ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଏସିଡ୍‌ ସୃଷ୍ଟି ହୁଏ। ଏହି କାରଣରୁ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ। ବିଶେଷଜ୍ଞଙ୍କ ମୁତାବକ, ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ବଦଳରେ ଏହାକୁ ଦିନରେ ସମୟ ସମୟରେ ଅଳ୍ପ ଅଳ୍ପ କରି ପିଇବା ଉଚିତ।