ନୟାଗଡ଼ ବାବା ମୁକ୍ତେଶ୍ଵର ମନ୍ଦିର ଏବଂ ହାତୀ ମରା ଠାରେ ହାତୀ ଉପଦ୍ରବ !

ଦିନ କୁ ଦିନ ବଢି ଚାଲିଛି ହାତୀଙ୍କ ଉତ୍ପାତ….

ନୟାଗଡ଼ : ଆଜି ରାତି ରେ ଗୋଠଛଡା ଦନ୍ତା ହାତୀ ର ଆତଙ୍କ ଦେଖା ଯାଇଛି ! ବାମେବାରୀ ସେକ୍ସନ ର ନୟାଗଡ଼ ବାବା ମୁକ୍ତେଶ୍ଵର ମନ୍ଦିର ଭିତରେ ପଶି ଭିତରେ ଥିବା କିଛି ଫଳ ଗଛ କୁ ନଷ୍ଟ କରିବା ସହ ମନ୍ଦିର ପାଚେରୀ କୁ ମଧ୍ୟ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ! ପୁଣି ହାତୀମରା ଛକ ଠାରେ ଥିବା ଜିସାନ ଲେଦ୍ ଏଣ୍ଡ ସର୍ଭିସିଙ୍ଗ ସେଣ୍ଟର ରେ ପଶି ସେଠାରେ ଥିବା ଦୁଇଟି ନଡ଼ିଆ ଗଛକୁ ମୂଳ ରୁ ଉପାଡ଼ି ଖାଇବା ସହିତ ଆମ୍ବ ଗଛ ଏବଂ ଅମୃତ ଭଣ୍ଡା ଭଳି କିଛି ଗଛ ନଷ୍ଟ କରିଥିବା ଜଣାପଡିଛି !

ବନ ଅଧିକାରୀ ତରଫରୁ ସବୁବେଳେ ହାତୀ ଘଉଡ଼ାଇବା ପାଇଁଁ ଚେଷ୍ଟା କରି ଆସୁଥିଲେ ମଧ୍ୟ ହାତୀ ମାନଙ୍କ ଟେର ପାଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ ! ଦିନ କୁ ଦିନ ବଢି ଚାଲିଛି ହାତୀଙ୍କ ଉତ୍ପାତ ! କେତେବେଳେ ହାତୀ ଆକ୍ରମଣରେ ନିରିହ ଲୋକ ର ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ଲୋକଙ୍କ ଆକ୍ରମଣ ରେ ହାତୀ ର ମୃତ୍ୟୁ ହେଉଛି ! ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଧରଣର ସଚେତନତା ଆବଶ୍ୟକ ବୋଲି ଜନ ସାଧାରଣ ରେ ଦାବି ହେଉଛି !