ଧନିଆ ପତ୍ରରେ ଏହି ସବୁ ଫାଇଦା ମିଳିଥାଏ

ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ…

ଆମ ରୋଷଇ ଘରେ ଏହା ସବୁ ସମୟରେ ଉପଲବ୍ଧ ରହିଥାଏ। ଧନିଆର ଗଛ ସହ ଏହାର ମଞ୍ଜି ମଧ୍ୟ ଆମ କାମରେ ଆସିଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ ଏହା ବିଭିନ୍ନ ରୋଗ ମଧ୍ୟ ଭଲ କରିଥାଏ। ଧନିଆ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ମଞ୍ଜି ମଧ୍ୟ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ। ଏହା ମଧ୍ୟ ଆମ ଶରୀରକୁ ଅନେକ ଫାଇଦା ଦେଇଥାଏ।

 

ଧନିଆ ମଞ୍ଜିରେ ଭିଟାମିନ୍‌ କମ୍‌ ଥାଏ। ଏଥିରେ ଫାଇବର୍‌, କ୍ୟାଲସିୟମ୍‌ ଏବଂ ଆଇରନ୍‌ ଭରପୁର ମାତ୍ରାରେ ରହିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ।

ପ୍ରତିଦିନ ଧନିଆ ଖାଇବା ଦ୍ୱାରା ପାଚନ କ୍ରିୟାରେ କୌଣସି ସମସ୍ୟା ଦେଖା ଦିଏ ନାହିଁ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ପାଚନ କ୍ରିୟାକୁ ମଜବୁତ କରିଥାଏ।