ଧନିଆ ପାଣିର ଲାଭଦାୟକ ଗୁଣ ଜାଣନ୍ତୁ…

ମସଲାର ଆବଶ୍ୟକ ପରିମାଣର ବ୍ୟବହାର ଆପଣଙ୍କ ଅନେକ ରୋଗକୁ ନିୟନ୍ତ୍ରଣ କରିଥାଏ…

ଖାଦ୍ୟର ତାଲିକାରେ ମସଲାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଗୁଡ଼ିକ ମଧ୍ୟରେ ଗୋଲମରିଚ, ଡାଲଚିନି, ଗୁଜୁରାତି, ମେଥି, ହଳଦୀ, ଧନିଆ ଓ ତେଜରାତି ଭଳି ମସଲା ଜାତୀୟ ଦ୍ରବ୍ୟ ରହିଛି। ଏସବୁ ବିନା ଭାରତୀୟ ଖାଦ୍ୟ କେବେ ହେଲେ ସ୍ୱାଦିଷ୍ଟ ହୁଏନାହିଁ।

ଆପଣ ଏହା ନିଶ୍ଚିତ ଶୁଣିଥିବେ ଯେ, ଅଧିକ ମସଲା ଖାଇବା ସ୍ୱାସ୍ଥ୍ୟହାନି କରାଏ। କିନ୍ତୁ ଏ କଥା ମନେ ରଖନ୍ତୁ ଯେ, ଅନେକ ସମୟରେ ଏହି ମସଲାର ଆବଶ୍ୟକ ପରିମାଣର ବ୍ୟବହାର ଆପଣଙ୍କ ଅନେକ ରୋଗକୁ ନିୟନ୍ତ୍ରଣ କରିଥାଏ।

ସମସ୍ତ ମସଲା ମଧ୍ୟରେ ଧନିଆ ଏପରି ଏକ ମସଲା ଯାହାକୁ ଖାଇବା ପାଇଁ ଆୟୁର୍ବେଦ ପରାମର୍ଶ ଦେଇଥାଏ। ଏହି ଧନିଆରେ ଅନେକ ଔଷଧୀୟ ଗୁଣ ରହିଛି। ଯାହାକୁ ପ୍ରୟୋଗ କରି ଆପଣ ଡାଇବେଟିସ୍‌, କୋଲେଷ୍ଟ୍ରଲ୍‌ ପରି ରୋଗକୁ ନିୟନ୍ତ୍ରଣ କରିପାରିବେ।