ତ୍ୱଚା ପାଇଁ ଆପଣାତୁ ଏହି ଟିପ୍ସ

କାରଣ ବାରମ୍ବାର ଫେସ୍ ୱାଶ୍ କରିବା ଫଳରେ ଚର୍ମର ପ୍ରାକୃତିକ ତୈଳ ଅଂଶ ବାହିରି ଯାଏ। ଚର୍ମର ଉପର ଆସନ୍ତରଣ ମଧ୍ୟ ଡ୍ୟାମେଜ ହୁଏ। ଫଳରେ ଚର୍ମ ଖରାପ ହେବାକୁ ଲାଗେ। ସେଥିପାଇଁ ଆବଶ୍ୟକତା ଅନୁସାରେ ଫେସ୍ ୱାଶ୍ କରିବା ଉଚିତ୍। କେଉଁ ଚର୍ମର ଲୋକ କେତେ ଥର ଫେସ୍ ୱାଶ୍ କରିବା ଉଚିତ୍ ଏବଂ କିପରି କରିବେ ।

ଅଧିକାଂଶ ଚର୍ମ ପ୍ରକାର ପାଇଁ ଦିନକୁ ଦୁଇଥର, ସକାଳେ ଥରେ ଏବଂ ସନ୍ଧ୍ୟାରେ ଥରେ ମୁହଁ ଧୋଇବାକୁ ପରାମର୍ଶ ଦିଆଯାଇଛି। ସକାଳେ ମୁହଁ ଧୋଇବା ହେଉଛି ଚର୍ମର ଯତ୍ନର ପ୍ରଥମ ପଦକ୍ଷେପ।

ଏହା ପରେ ଆମେ ମୁହଁରେ ମଶ୍ଚରାଇଜର, ସେରମ୍ ଏବଂ ବିଭିନ୍ନ ପ୍ରକାର ମେକଅପ୍ ଲଗାଇଥାଉ। ତେଣୁ ରାତିରେ ମୁହଁ ଧୋଇବା ଜରୁରୀ, କାରଣ ଦିନର ମଇଳା ଏବଂ ତ୍ୱଚାରେ ଜମା ହୋଇଥିବା ମୃତ ଚର୍ମ କୋଷଗୁଡିକ ଦୂର ହୋଇପାରିବ।