ଘରେ ଏହିସବୁ ପୁରୁଣା ସାମଗ୍ରୀ ରଖନ୍ତୁ ନାହିଁ, ମାଡ଼ିଆସିବ ଦୁର୍ଭାଗ୍ୟ

ମାନସମ୍ମାନ ହାନି, ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ ଆଶଂଙ୍କା….

ପୁରୁଣା ଜିନିଷକୁ ସାଇତି ରଖିବା ଅଧିକାଂଶ ଲୋକଙ୍କର ସଉକ । ମାତ୍ର ଏପରି କିଛି ପୁରୁଣା ଜିନିଷ ଅଛି, ଯାହାକୁ ଘରେ ସାଇତି ରଖିବା ଫଳରେ ଭୟଙ୍କର ବିପଦ ମାଡ଼ିଆସେ । ଆର୍ଥିକ ସଙ୍କଟ, ମାନସମ୍ମାନ ହାନି, ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ ହୋଇଥାଏ । ଆଜି ଆପଣଙ୍କ ଜୀବନକୁ ନର୍କ ଆଡ଼କୁ ଟାଣି ନେଉଥିବା ଜିନିଷ ସମ୍ପର୍କରେ ଜଣାଉଛୁ ।

ପିତ୍ତଳ ସାମଗ୍ରୀ: ଆଜିକାଲି ପିତ୍ତଳ ବାସନ ବ୍ୟବହାର ପ୍ରାୟତଃ କମିଗଲାଣି । ତେଣୁ ଲୋକମାନେ ପୁରୁଣା ପିତ୍ତଳ ବିକିଦେବା ବଦଳରେ ସାଇତି ରଖିଥାନ୍ତି । ଆଲୋକ ଚଳପ୍ରଚଳ କରୁନଥିବା ସ୍ଥାନରେ ପିତ୍ତଳ ସାମଗ୍ରୀ ରଖିଲେ, ସେଥିରେ ଗ୍ରହରାଜ ଶନି ରହନ୍ତି । ଫଳରେ ଆପଣଙ୍କ ଜୀବନରେ ସଙ୍କଟର କଳାବାଦଲ ମାଡ଼ିଆସିବ ।

ପୁରୁଣା କପଡ଼ା: ବହୁତ ଲୋକ ଘରେ ପୁରୁଣା ଚାଦର, ପୋଷାକପତ୍ର, ଶେଯ, ତକିଆ ଖୋଳ ଭଳି ଜିନିଷଗୁଡ଼ିକୁ ଭଣ୍ଡାର ଘରେ ଗଦା କରି ରଖିଥାନ୍ତି । ବେଶ କିଛିଦିନ ପରେ ସେହି ଜିନିଷ ଉପରେ ବହୁ ପରିମାଣର ଧୂଳି ଜମି ରହିଯାଏ । ଫଳରେ ବୁଧଗ୍ରହ ସ୍ଥିତି ଖରାପ ହୋଇଥାଏ । ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ରାହୁ କେତୁଙ୍କ କୁପ୍ରଭାବ ପଡ଼ିଥାଏ ।

କଳଙ୍କି ଦ୍ରବ୍ୟ: କଳଙ୍କି ସାମଗ୍ରୀ: ପ୍ରାୟ ସମସ୍ତଙ୍କ ଘରେ ଲୁହା ସାମଗ୍ରୀ ଦେଖିବାକୁ ମିଳେ । ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉ ନଥିବା ଲୁହା ଜିନିଷଗୁଡ଼ିକରେ କଳଙ୍କି ଲାଗିଥାଏ । କଳଙ୍କିଯୁକ୍ତ ଲୁହା ସାମଗ୍ରୀ ଘରେ ସାଇତି ରଖିବା ଫଳରେ ଗୃହକର୍ତ୍ତାଙ୍କ ମନ ସର୍ବଦା ଭାରାକ୍ରାନ୍ତ ରହିଥାଏ । ସ୍ଥଳ ବିଶେଷର ଋଣଚିନ୍ତା ବୃଦ୍ଧି ପାଇଥାଏ ।

ସିଲାଇ ମେସିନ୍‌: ଆଜିକାଲି ଅଧିକାଂଶ ଲୋକଙ୍କ ଘରେ ସିଲାଇ ମେସିନ୍‌ ବ୍ୟବହାର କମିଗଲାଣି । ସିଲାଇ ମେସିନ୍‌ ଛୁଞ୍ଛି ଆମ ଜୀବନରେ ଶୂଳ ଭଳି କାମ କରିଥାଏ । ସିଲାଇ ମେସିନ୍‌ ପଡ଼ିରହିବା କାରଣରୁ ରାହୁ ଓ ଶନିଙ୍କର ଅଶୁଭ ଦୃଷ୍ଟି ପଡ଼ିଥାଏ । ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।

ଅକାମୀ ଘଂଟା: ବହୁ ଲୋକଙ୍କ ଘରେ କାନ୍ଥରେ ଟଙ୍ଗା ଯାଇଥିବା ଘଂଟାରୁ ଟିକ୍‌ଟିକ୍‌ ଶବ୍ଦ ବାହାରୁ ନଥିଲେ, ଚାରିଆଡୁ ବିପଦ ମାଡ଼ି ଆସେ । ତେଣୁ ଅକାମୀ ଘଂଟାକୁ ତୁରନ୍ତ ଦାନ କରିଦେବା ଉଚିତ ।