ମେଶର୍ସ ରୁଙ୍ଗଟା ମାଇନ୍ସ ର ୨ ଟି ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି

ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ତହସିଲ ଅନ୍ତର୍ଗତ ବଡ଼ ଇନ୍ଦିପୁର, ….

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ତହସିଲ ଅନ୍ତର୍ଗତ ବଡ଼ ଇନ୍ଦିପୁର, ସଣୁଆ,ସର୍ଗିଗଡ଼ ଏବଂ ତେହେରେଇ ଗ୍ରାମରେ ୧୩୧.୮୫୦ ହେକ୍ଟର ପରିମିତ ଖଣି ଲିଜ୍ ଅଞ୍ଚଳରେ ଅବସ୍ଥିତ ଚାନ୍ଦିପୋଷି ଲୌହ ଖଣିଜ ବ୍ଳକର ସମୁଦାୟ ଉତ୍ତୋଳନ କ୍ଷମତା ୧.୦୯୪୫ ଏମ.ଟି.ପି.ଏ.(୧.୦ ଏମ.ଟି. ପି.ଏ ଲୌହ ଖଣିଜ ଆର.ଓ.ଏମ + ୦.୦୯୪୫ ଏମ.ଟି.ପି.ଏ ବର୍ଜ୍ୟ) ସହିତ ୨ × ୨୫୦ ଟିପିଏ ମୋବାଇଲ କ୍ରୋସିଂ ଏବଂ ୩ × ୩୫୦ ଟିପିଏ ମୋବାଇଲ ସ୍କ୍ରିନିଙ୍ଗ ପ୍ରକଳ୍ପ ସ୍ଥାପନ କରିବା ନିମନ୍ତେ ପରିବେଶ ସମ୍ବନ୍ଧୀୟ ସର୍ବସାଧାରଣ ଜନଶୁଣାଣୀ। ଏବଂ ବଡ଼ ଇନ୍ଦିପୁର ଓ ସାନ ଇନ୍ଦିପୁର ଗ୍ରାମରେ ୬୪.୩୩୭ ହେକ୍ଟୋର୍ ପରିମିତ ଅଞ୍ଚଳରେ ଅବସ୍ଥିତ ପୁରେଇବାହାଲ ଲୌହ ଖଣିଜ ବ୍ଲକର ସମୁଦାୟ ଉତ୍ତୋଳନ କ୍ଷମତା ୧.୦୬୪ ଏମ.ଟି.ପି.ଏ (୧.୦ ଏମ.ଟି.ପି.ଏ ଲୌହ ଖଣିଜ ଆର.ଓ.ଏମ + ୦.୦୬୪ ଓଭର ବର୍ଡ଼ନ୍) ସହିତ ୧.୦ ଏମ.ଟି.ପି.ଏ ଲୌହ ଖଣିଜ ଉତ୍ପାଦନ କରିବା ନିମନ୍ତେ ପରିବେଶ ସମ୍ବନ୍ଧୀୟ ସର୍ବସଧାରଣ ଜନ ଶୁଣାଣୀ ମେସର୍ସ ରୁଙ୍ଗଟା ମାଇନ୍ସ ଲିମିଟେଡ଼ ସାନ ଇନ୍ଦିପୁର ଛକ ନିକଟ ଖୋଲା ପଡିଆରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମରେ ୫୦ ଜଣ ଓ ଦ୍ଵିତୀୟରେ ୪୫ ଜଣ ବ୍ୟକ୍ତି ରୁଙ୍ଗଟା କମ୍ପାନୀ ସପକ୍ଷରେ ବକ୍ତବ୍ୟ ରଖିଥିଲେ ଓ ତତ ସଙ୍ଗେ କିଛି ଦାବୀ କରିଥିଲେ। ଏହି ଅଞ୍ଚଳରେ ଯଦି ଖଣି ଖନନ କରାଯାଏ ତାହେଲେ ଅଞ୍ଚଳବାସୀଙ୍କ ଜଙ୍ଗଲ ଜାତୀୟ ଦ୍ରବ୍ୟ ହରେଇବା ସହିତ ଶବ୍ଦ ଓ ବାୟୁ ପ୍ରଦୂଷଣ ଭଳି ବହୁ ଅସୁବିଧାର ସମ୍ମୁଖିନ ହେବେ। ଏହାର ପ୍ରତିବଦଳରେ ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ସ୍ଥାନୀୟବାସୀଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି, ବେକାରୀ ସମସ୍ୟା ଦୂର,ସାନ ଇନ୍ଦିପୁର ଠାରୁ ତେହେରେଇ ରାସ୍ତାର ମରାମତି ଓ ଉନ୍ନତି କରଣ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଇଂଲିଶ ମିଡ଼ିଓମ୍ ସ୍କୁଲ୍,ସ୍କୁଲକୁ DMF ଶିକ୍ଷକ, ସ୍କୁଲ ବସ୍, ପାନୀୟ ଜଳ ଯୋଗାଣ,ବୃକ୍ଷ ରୋପଣ, ପ୍ରତ୍ୟେକ ପରିବାରକୁ ଇନ୍ଧନ ଗ୍ୟାସ୍,ଗ୍ରାମରେ ଷ୍ଟ୍ରିଟ ଲାଇଟ୍, ହାତୀ ପଲୋ ଗାଁ ଭିତରେ ପଶି ଘର ଦ୍ବାର ଭାଙ୍ଗି ଲୋକଙ୍କ ମୁଣ୍ଡ ନେଇଯାଉଛନ୍ତି ଓ ଧାନ ଫସଲ ନଷ୍ଟ କରିଦେଉଛନ୍ତି। ତାଙ୍କୁ ରୋକିବା ନିମନ୍ତେ ଗାଁ ଚାରିପଟେ ତାର ବାଡ ଏବଂ ଜଙ୍ଗଲରେ ଫଳ ବୃକ୍ଷ ରୋପଣ, ବିଶେଷ କରି ଖଣି ହେବା ଦ୍ବାରା ଆମର ମୂଲ୍ୟବାନ ଶାଳ ଗଛ ନଷ୍ଟ ହେଇଛି ତାକୁ ପୁନଃ ରୋପଣ ପାଇଁ ଅତ୍ୟାଧୁନିକ ଯନ୍ତ୍ର ଇତ୍ୟାଦି ଯୋଗାଇଦେବା ପାଇଁ କର୍ତ୍ତୁପକ୍ଷଙ୍କୁ ଦାବୀ ରଖିଛନ୍ତି। ଏହି ଜନ ଶୁଣାଣରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଞ୍ଚଳିକ ଅଧିକାରୀ ବିନୋଦ ବିହାରୀ ଦାସ୍ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପ, ବୈଜ୍ଞାନିକ ପରେଶ୍ ରଞ୍ଜନ ଦାସ, କୋଇଡା ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ। କୋଭିଡ କଟକଣା ମାନି ୧୦୦୦ ରୁ ଉର୍ଦ୍ଧ୍ବ ଲୋକ ଯୋଗଦାନ କରିଥିଲେ।ସୀତା ରାମ ଦୀକ୍ଷିତ ରିପୋର୍ଟ।