ଘର ଭିତରେ ଲଗାନ୍ତୁନି ଏହି ଗଛ: ଚାଲିଯିବ ସୁଖଶାନ୍ତି

ଏପରି କିଛି ଗଛଲତା ଅଛି ଯାହାକୁ ଘର ଭିତରେ ଲଗାଇବା ଆଦୌ ଉଚିତ ନୁହେଁ । ସେହି ଗଛଗୁଡ଼ିକୁ ଘର ଭିତରେ ଲଗାଇଲେ, ନକରାତ୍ମକ ଶକ୍ତି ଘର ଭିତରକୁ ଆଗମନ କରେ । ଘରର ପ୍ରତିଟି ସଦସ୍ୟଙ୍କ ମନରେ ନକରାତ୍ମକ ବିଚାର ଆସେ । ପାଠପଢ଼ାରେ ବାଧା ହୁଏ । କାମଦାମରେ ଅସ୍ଥିରତା ଦେଖାଦିଏ । ଘରକର୍ତାଙ୍କୁ ନାନା ରୋଗ ଗ୍ରାସ କରେ । ଘରଣୀଙ୍କ ଜୀବନ ପ୍ରତି ବିପଦ । ବରିଷ୍ଠ ଲୋକଙ୍କ ମନରେ ଚିଡ଼ିଚିଡ଼ାପଣ ଆସେ ।

ବାସ୍ତୁବିଦ୍‌ କହନ୍ତି, ଘର ଭିତରେ ଲେମ୍ବୁ ଅବା କାକଟସ୍‌ ଭଳି କଂଟା ଗଛ ଲଗାଇବା ଅନୁଚିତ । ପତ୍ର ଅବା କାଣ୍ଡରୁ ଦୁଧିଆ ରଙ୍ଗର ରସ ବାହାରୁଥିବା ଗଛକୁ ମଧ୍ୟ ଘର ଭିତରେ ଲଗାଇବା ଅଶୁଭ ।

ଏପରି ଗଛ ଲଗାନ୍ତୁ ଯୋଉଥିରେ କଂଟା ନଥିବ କି ଦୁଧ ବାହାରୁ ନଥିବ । ଫଳରେ ଘରେ ସୁଖଶାନ୍ତି ବିରାଜମାନ କରିବା ସହିତ ଧନଦୌଲତ ଆସିବାର ବାଟ ଫିଟିଯିବ ।