ନବୀନଙ୍କ ସଙ୍କେତ: ମୁଁ ଆଉ ଭିଡକୁ ନୁହେଁ

Naveen's signal: I am no longer a crowd

ବାବୁ ନବୀନ ବଂଚିଥିବା ଯାଏ ଯାହା କରିବାର ଅଛି କରିଚାଲ । ନବୀନବାବୁ ଚାଲିଯିବା ପରେ ଭିକେ ପାଣ୍ଡିୟାନ ଗୋଲଡେନ୍‌ ଜିରୋ ହୋଇ ରହିଯିବେ । ବିଜେଡିକୁ ପରିଚାଳନା କରିବାର ତାକତ୍‌ ପାଣ୍ଡିୟାନଙ୍କ ପାଖରେ ନାହିଁ । କେବଳ ନବୀନଙ୍କ ମୁହଁକୁ ଅନାଇ ଦଳର ବରିଷ୍ଠ ନେତାମାନେ ପାଟିରେ ତୁଣ୍ଡି ମାରିଛନ୍ତି । ବିଜେଡିର ତଳିଆ କର୍ମୀଙ୍କ ଭିତରେ ଏପରି କିଛି ଆଲୋଚନା ଆରମ୍ଭ ହୋଇଗଲାଣି ।

ଶୁଣିବାକୁ ମିଳୁଛି, ଲୋକସଭା ଅବା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେଲେ ପାଣ୍ଡିୟାନ ଜିତିବା କଷ୍ଟକର । ରାଜ୍ୟର ଜଣେ ବିଶିଷ୍ଟ ଜ୍ୟୋତିର୍ବିଦ କହିଛନ୍ତି, ପାଣ୍ଡିୟାନଙ୍କ ଭାଗ୍ୟରେ ମୁଖ୍ୟମନ୍ତ୍ରୀ ହେବାର ଚାନ୍ସ ନାହିଁ ।

୨୦୨୪ ନିର୍ବାଚନରେ ବିଜେଡିକୁ ଜିତାଇବାର ଦାୟିତ୍ୱ ମୁଣ୍ଡାଇଛନ୍ତି ପାଣ୍ଡିୟାନ । ପାଣ୍ଡିୟାନଙ୍କୁ ଦଳକୁ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜଣାଇ ଦେଇଛନ୍ତି ଯେ ସେ ଆଉ ଭିଡକୁ ନୁହନ୍ତି । ଏଣିକି ଲୋକମାନେ ଆପଣା ଆପଣା ଭାଗ୍ୟକୁ ନିର୍ଦ୍ଧାରଣ କରନ୍ତୁ । ସଂପୃକ୍ତ ଜ୍ୟୋତିର୍ବିଦ କହିଛନ୍ତି, ‘ଏତିକିବେଳୁ ଛାନିଆ କ’ଣ ପାଇଁ? ଅପେକ୍ଷା କରନ୍ତୁ, ମାଛ ଧରିବ ଜଣେ, ଖାଇବ ଆଉ ଜଣେ ।’ ୟା’ର ମାନେ ପଚାରିବାରୁ କିଛି କହିଲେନି ଜ୍ୟୋତିର୍ବିଦ ।