କାନରେ କାଠି ପୁରାଇ ଅଳିଆ କାଢ଼ନ୍ତୁ ନାହିଁ

କାନର ଅଳିଆ ବା ସେରୁମେନ୍‌ ଆପଣଙ୍କ ଶରୀର ପାଇଁ ମାମୁଲି ନୁହେଁ । କାନ ଭିତରକୁ ପ୍ରାୟ ୨୪ ମିଲିମିଟର ବିଶିଷ୍ଟ ଶ୍ରୁତିନାଳୀ ରହିଛି; ତାରି ଭିତରେ ରହିଛି ସେରୁମିନସ ଓ ନାଇଲା ସିବେଶିୟସ ନାମକ ଗ୍ଲାଣ୍ଡ । ଉକ୍ତ ଗ୍ଲାଣ୍ଡରୁ କ୍ଷରଣ ହେଉଥିବା ରସ ହିଁ କାନର ମଇଳା ।

କାନ ମଇଳା ମାମୁଲି ହେଲେ ମଧ୍ୟ ତାହା ଆପଣଙ୍କ ଶ୍ରବଣ ଶକ୍ତିକୁ ପ୍ରଭାବିତ କରିପାରେ । ଅଧିକ ପରିମାଣର ମଇଳା ଜମି ରହିଲେ, କାନ ନଳୀ ଜାମ ହୋଇଯାଏ । ଆପଣ ଅନ୍ୟମାନଙ୍କ କଥାକୁ ପରିଷ୍କାର ଭାବେ ଶୁଣି ପାରନ୍ତିନି । କାନରେ ଅଧିକ ମଇଳା ଜମି ରହିବା ଅନୁଚିତ ।

ଆପଣ ନିଜ ହାତରେ କାନରୁ ମଇଳା ସଫା କରିବା ଆଦୌ ଠିକ ନୁହେଁ । କାନରୁ ମଇଲା କାଢୁଥିବା ସମୟରେ ସାମାନ୍ୟ ତ୍ରୁଟି ଆମ ପାଇଁ ମହଙ୍ଗା ପଡ଼ିପାରେ ।

ଆଜିକାଲି ଡାକ୍ତରମାନେ ଆପଣଙ୍କ କାନ ସଫା କରୁଛନ୍ତି । ଆପଣ ନାସା, ଗଳା ଓ କର୍ଣ୍ଣ ବିଶେଷଜ୍ଞଙ୍କ ନିକଟକୁ ଯାଇ କାନରୁ ମଇଳା କାଢ଼ିବା ବିଷୟ କହିଲେ, ସେ କାନ ଭିତର ସ୍ଥିତି ପରଖି ଆପଣଙ୍କ ପାଇଁ କେଉଁ ଉପାୟ ଜରୁରୀ; ବତାଇ ଦେବେ ।

କାନରୁ ମଇଳା କାଢ଼ିବା ପାଇଁ ତରଳ ଔଷଧ ବୁନ୍ଦା ପକାଇବାକୁ କହିପାରନ୍ତି ଡାକ୍ତର । କାନରେ ଡ୍ରପ ପକାଇଲେ ଆପେ ଆପେ ମଇଳା ବାହାରି ଆସିବ । ଡ୍ରପ ପକାଇବା ସତ୍ୱେ ମଇଳା ବାହାରୁ ନଥିଲେ, ଡାକ୍ତର ଇୟର ଇରିଗେସନ୍‌ ପରାମର୍ଶ ଦେଇପାରନ୍ତି ।

ଏହା କାନରେ ଜମି ରହିଥିବା ପାଣିକୁ ବାହାର କରି ଦେଇପାରେ । ଖୁବ୍‌ କମ୍‌ ରୋଗୀଙ୍କ କ୍ଷେତ୍ରରେ ସର୍ଜିକାଲ ଇଂଗ୍ରେସନ୍‌ ଦରକାର ପଡ଼ିଥାଏ । ସର୍ଜରୀ ଜରିଆରେ କାନରୁ ମଇଳା କଢ଼ାଯାଇଥାଏ ।