ମାଦକ ଦ୍ରବ୍ୟର ଆମ ବୁଦ୍ଧି ଓ ବିବେକ ଉପରେ ପ୍ରଭାବ

ମନୁଷ୍ୟର ପିନିୟଲ_ଗ୍ଲାଣ୍ଡ ରୁ ଏକ ରସ ଉତ୍ପନ୍ନ ହୋଇଥାଏ, ଯାହା ଉତ୍ପନ୍ନ ନ ହେବାଦ୍ୱାରା ମନୁଷ୍ୟର ବୁଦ୍ଧି ଓ ବିବେକ କ୍ଷୀଣ ହୋଇଯାଇଥାଏ । ଏବଂ ମାଦକ ଦ୍ରବ୍ୟ ସିଧା ପିନିୟଲ ଗ୍ଲାଣ୍ଡ ଉପରେ ପ୍ରଭାବ ପକାଇଥାଏ ଓ ତାକୁ ନିଷ୍କ୍ରିୟ କରିଦେଇଥାଏ, ଶୁଆଇ ପକାଇଥାଏ। ତେଣୁ ମାଦକ ଦ୍ରବ୍ୟର ସେବନ ପରେ ବ୍ୟକ୍ତିର ବୁଦ୍ଧି ଓ ବିବେକ ଲୋପ ପାଇଯାଇଥାଏ ।

ବାରମ୍ବାର ମାଦକ ଦ୍ରବ୍ୟ ସେବନ କରିଵା ଦ୍ୱାରା ଏହି ରସ ଉତ୍ପନ୍ନ ହେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥାଏ ତଥା ମନୁଷ୍ୟ ବୁଦ୍ଧି ଓ ବିବେକହୀନ ହୋଇଯାଇଥାଏ। ମାଦକ ଦ୍ରବ୍ୟ ସେବନ, ଅନ୍ନମୟକୋଷ ର ଯେଉଁ ଅଂଶ ବୁଦ୍ଧି ଓ ବିବେକ ସହିତ ସମ୍ପର୍କିତ, ସେ ଅଂଶକୁ ନିଷ୍କ୍ରିୟ କରିଦେଇଥାଏ, ଶୁଆଇ ପକାଇଥାଏ। ବ୍ୟକ୍ତିର ବୁଦ୍ଧି ହିଁ ପ୍ରଜ୍ଞାରେ ପରିଣତ ହୋଇଥାଏ।

ଏବଂ ଯେଉଁମାନେ ମାଦକ ଦ୍ରବ୍ୟ ସେବନରେ ଅଭ୍ୟସ୍ତ ହୋଇଯାନ୍ତି ସେମାନଙ୍କର ବୁଦ୍ଧି ବିବେକହୀନ ହୋଇ ଯାଇଥାଏ ଏବଂ କୌଣସି ପ୍ରକାର ସଂକଳ୍ପ ସାଧିବାରେ ବିଫଳ ହୋଇଥାଏ। ମାଦକ ଦ୍ରବ୍ୟ ସେବନ, ବିଜ୍ଞାନମୟକୋଷ କୁ ଅଶୁଦ୍ଧ କରିଥାଏ- ଯାହା ହୋସ୍ ସାଧିବାରେ, ଚୈତନ୍ୟପୂର୍ଣ୍ଣ ରହିବାରେ ବାଧକ ହୋଇଥାଏ, ଏବଂ ବ୍ୟକ୍ତି ମୂର୍ଛାରେ ରହିଥାଏ