ଗରମ ଦିନେରେ ଘିମିରି କାହିଁକି ହୁଏ ଜାଣନ୍ତୁ….

ଖରାଦିନ ଚାଲିଥିବା ବେଳେ ଆମ ଶରୀରରେ ବିଭିନ୍ନ ପ୍ରକାରର ଚର୍ମରୋଗ ସୃଷ୍ଟି ହୋଇଥାଏ । ବର୍ଷର ବିଭିନ୍ନ ସମୟରେ ଋତୁ ପରିବର୍ତ୍ତନ ସାଙ୍ଗକୁ ଆମ ସ୍ୱାସ୍ଥ୍ୟରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ ।

ବିଶେଷ କରି ଖରାଦିନେ ପାକିସ୍ଥଳୀ ଓ ଚର୍ମ ସମ୍ବନ୍ଧୀୟ କିଛି ରୋଗ ଦେଖାଦେଇଥାଏ । ଗରମ ଦିନେ କିଛି ଲୋକଙ୍କ ଠାରେ ଘିମିରି ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ ।

ଖରାଦିନେ ଆମ ଦେହରୁ ପ୍ରବଳ ମାତ୍ରାରେ ଝାଳ ବୋହିଥାଏ । ତେଣୁ ଝାଳ ଚର୍ମରେ ଲାଗିବା କାରଣରୁ ଆମ ଦେହରେ ଘିମିରି ଦେଖାଦେଇଥାନ୍ତି । ଏପରି ସ୍ଥିତିରେ ହାତ, ଛାତି, ପିଠି, ବେକ ଆଦିରେ ଛୋଟ ଛୋଟ ଲାଲ ରଙ୍ଗର ଦାଗ ଦେଖା ଦେବା ସହ ଜ୍ୱଳନ ଓ କୁଣ୍ଡେଇ ହୋଇଥାଏ ।

ବାୟୁମଣ୍ଡଳ ପ୍ରଦୂଷଣ, ମଇଳା, ମୃତ ଚର୍ମ କୋଷ ପ୍ରଭାବରେ ଝାଳ ଗ୍ରନ୍ଥି ବନ୍ଦ ହୋଇଯାଇଥାଏ । ତେଣୁ ଝାଳ ଚର୍ମର ଉପରଭାଗରେ ପହଞ୍ଚି ନପାରି ଚର୍ମରେ ଛୋଟ ଲାଲ ରଙ୍ଗର ଦାଗ ଦେଖିବାକୁ ମିଳିଥାଏ । ଏହାପରେ ବ୍ୟକ୍ତିକୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ ।