IPL 2023 Final: ପଞ୍ଚମ ଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହେଲା ଚେନ୍ନାଇ ସୁପର କିଙ୍ଗସ୍

ଅହମ୍ମଦାବାଦ : ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍‌ସ। ଦଳ ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇ ମୁମ୍ବାଇ ଇଣ୍ଡିଆନ୍ସର ସମକକ୍ଷ ହୋଇଛି। ରବିବାର ବର୍ଷା ଯୋଗୁ ଫାଇନାଲ ମ୍ୟାଚ୍ ଖେଳା ଯାଇପାରି ନଥିଲା। ଏହା ଗତକାଲିକୁ ଘୁଞ୍ଚିଥିଲା। ତେବେ କାଲି ବି ବର୍ଷା ହୋଇଥିଲା। କିନ୍ତୁ ମ୍ୟାଚ୍ ଖେଳା ଯାଇଥିଲା। ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଡିଏଲ୍‌ଏସ୍ ମେଥଡରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍‌ସ।

ଧୋନି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଋଦ୍ଧିମାନ ସାହା ୫୪ (୩୯ ବଲ୍‌) ରନ୍ କରିଥିବା ବେଳେ ଶୁବମନ ଗିଲ ୩୯ (୨୦) ଓ ସାଇ ସୁଦର୍ଶନ ସର୍ବାଧିକ ୯୬ (୪୭ ବଲ୍‌, ୮ ଚୌକା ଓ ୬ ଛକା) ରନ୍ କରିଥିଲେ। ରଶିଦ ଖାନ ଖାତା ଖୋଲି ପାରି ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲରୁ ୨୧ ରନ୍ କରି ଅପରାଜିତ ରହିଥିଲେ।