ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଆଲମଣ୍ଡରେ ଅନେକ ପୋଷକ ତତ୍ୱ ରହିଛି । ଏହା ଆମ ତ୍ୱଚା ପାଇଁ ଅନେକ ଲାଭକାରୀ ଅଟେ । ଏହାକୁ ବ୍ୟବହାର କରିବା ଦ୍ୱାର ମୁହଁରେ ବ୍ରଣ ରୁହେ ନାହିଁ, ଚର୍ମରେ କୁଞ୍ଚନ ଆସେ ନାହିଁ ଏହା ସହିତ ତ୍ୱଚା ଉଜ୍ଜ୍ୱଳ ମଧ୍ୟ ଦିଶିଥାଏ ।

ପ୍ରଥମେ ଆଲମଣ୍ଡକୁ ବାଟି ଦିଅନ୍ତୁ । ସେଥିରେ ଦହି ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ଲଗାଇବାର ୧୦ ମିନିଟ ପରେ ମୁହଁକ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହି ପରି ଭାବରେ ଆଲମଣ୍ଡ ବାଦାମକୁ ସପ୍ତାହରେ ଦୁଇଥର ଲଗାଇବା ଦ୍ୱାରା ଆପଣ ତ୍ୱଚା ଉଜ୍ଜ୍ୱଳ ଦେଖାଯିବ ।

ଆଲମଣ୍ଡ ବାହାମର ଏକ ପେଷ୍ଟ ବନାନ୍ତୁ, ଏହାପରେ ସେହି ପେଷ୍ଟରେ ନଡ଼ିଆ ରସ ମିଶାଇ ମୁହଁରେ ଲଗାନ୍ତୁ । ସପ୍ତାହରେ ଥରଟେ ଏହାକୁ ଲଗାଇବା ଦ୍ୱାରା ତ୍ୱଚା କୋମଳ ରୁହେ ।