ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍

ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶୁକ୍ରବାର ମୋହାଲିରେ ଖେଳାଯିବ। ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଉଭୟ ଦଳଙ୍କ ପାଇଁ ଏହା ଶେଷ ପ୍ରସ୍ତୁତି।

ଉକ୍ତ ଶୃଙ୍ଖଳାରୁ ଉଭୟ ଦଳ ଖେଳାଳି ପରୀକ୍ଷାନିରୀକ୍ଷା ସହ ସନ୍ତୁଳିତ ଦଳ ଗଠନ ନେଇ ଲକ୍ଷ୍ୟ ରଖିଛନ୍ତି। ଭାରତ ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି।