ତ୍ୱଚା ପାଇଁ ଅପଣାନ୍ତୁ ଏହି ଟିପ୍ସ

କାକଡିକୁ ଛୋଟ ଛୋଟ କରି କାଟି ଭଲଭାବେ ପେଷ୍ଟ ତିଆରି କରନ୍ତୁ । ଯଦି ଏଥିରେ କିଛି ଖଦଡା ଅଂଶ ରହିଯାଏ ତେବେ ଛାଣି ବାହାର କରିଦିଅନ୍ତୁ । ଏବେ ଏହି ପେଷ୍ଟକୁ ମୁହଁରେ ଲଗାଇ ୧୫ରୁ ୨୦ ମିନିଟ ଛାଡିଦିଅନ୍ତୁ ।

ଏହାପରେ ମୁହଁ ଧୋଇ ପୋଛି ଦିଅନ୍ତୁ । ପ୍ରଥମେ ଏକ ଛୋଟ କାକୁଡିକୁ ଭଲଭାବେ ଗ୍ରାଇଣ୍ଡିଂ କରି ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟରେ କିଛି ଆଲୋଭେରା ତେଲ ମିଶାଇ ମୁହଁରେ ପ୍ରତିଦିନ ଲଗାନ୍ତୁ । ମୁହଁ ଶୁଖିଗଲା ପରେ ଧୋଇ ଦିଅନ୍ତୁ ।

କାକୁଡି ଫେସପ୍ୟାକ ଲଗାଇଲେ ମୁହଁର ଦାଗ ଦୂର ହେବା ସହ ମୁହଁରେ ବ୍ରଣ ସମସ୍ୟା ଦୂର ହୋଇଥାଏ । ଅନ୍ୟପଟେ ଯଦି କେହି ଅଏଲି ସ୍କିନ ସମସ୍ୟା ଭୋଗୁଥାନ୍ତି ତେବେ କାକୁଡି ପ୍ୟାକରେ ମଧ୍ୟ ଏହି ସମସ୍ୟାକୁ ଦୂର କରାଯାଇପାରିବ ।

କାକୁଡି ଫେସପ୍ୟାକ ଲଗାଇଲେ ତ୍ୱଚାରେ ଆର୍ଦ୍ରତା ମଧ୍ୟ ବୃଦ୍ଧି ପାଇଥାଏ । ସବୁ ପ୍ରକାର ତ୍ୱଚା ପାଇଁ କାକୁଡି ରସରେ ବେସନ ମିଶାଇ ଲଗାନ୍ତୁ । ମୁହଁର ଉଜ୍ୱଳତା ବୃଦ୍ଧି ପାଇବ ।