ରାଜ୍ୟରେ ଉପରମୁହାଁ ରହିବ ପାରଦ

୩ ଦିନର ସାମାନ୍ୟ ଆଶ୍ଵସ୍ତି ପରେ ଆଜି ପୁଣି ବଢିଛି ତାତି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ ଆସନ୍ତା ୧୭ରୁ ୨୦ ତାରିଖ ମଧ୍ୟରେ ପାଣିପାଗ ସ୍ଥିତି ସାଙ୍ଘାତିକ ହୋଇପାରେ । ପାରଦ ୧୫ ଡିଗ୍ରୀ ଉପରକୁ ଉଠି ଦିନର ତାପମାତ୍ରା ପ୍ରାୟ ୪୩ ଡିଗ୍ରୀରୁ ୪୫ ଡିଗ୍ରୀ ଛୁଇଁପାରେ । ତାତି ବଢିବା ଶରୀର ପାଇଁ ଘାତକ ହୋଇପାରେ । ୧୪ ତାରିଖରୁ ଖରା ବଢିବାକୁ ଥିବା ବେଳେ ୧୫ ଓ ୧୬ ତାରିଖ ପାଇଁ ହିଟ ୱେଭ୍ ସର୍ତକତା ଜାରି କରାଯାଇଛି ।