ମୁହଁରେ କଳାଦାଗ ଥିଲେ ଆପଣାନ୍ତୁ ଏହି ଟିପ୍ସ

ମୁହଁରେ ବ୍ରଣ କିମ୍ବା କଳା ଦାଗ ହୋଇଗଲେ ପୂରା ମନଟା ଏକଦମ୍‌ ଖରାପ ହୋଇଯାଏ। କେଉଁ ବି କାର୍ଯ୍ୟରେ ମନ ଲାଗେ ନାହିଁ। ଦାଗ କିପରି କମ୍‌ କରାଯାଇ ପାରିବ ସେହି ସବୁ ଭାବନା ମନକୁ ଆସେ। ଆପଣଙ୍କ ମୁହଁରେ ବି ଯଦି କଳାଦାଗ ଅଛି ତେବେ ତାହା ଏକ ଚିନ୍ତା କରିବା ପରି ବିଷୟବସ୍ତୁ ଆଦୌ ବି ନୁହେଁ। ଆପଣ କେତୋଟି ଘରୋଇ ଉପାୟ ଦ୍ୱାରା ତାହାକୁ ଦୂରେଇ ଦେଇ ପାରିବେ।

ରାତିରେ ଶୋଇବା ପୂର୍ବରୁ କାକୁଡ଼ିକୁ ଗୋଲ ଗୋଲ କରି କାଟି କଳାଦାଗ ଅଂଶରେ ଲଗାଇ ଶୋଇ ପଡନ୍ତୁ। ସକାଳକୁ ଉଠି ତାହାକୁ କାଢ଼ନ୍ତୁ। ଏପରି କରିବାର ଦ୍ୱିତୀୟ ଦିନରେ ହିଁ ଆପଣ ପ୍ରଭାବ ଜାଣିପାରିବେ। ବ୍ରଣ ହେଉ କିମ୍ବା ହାଡ଼ଫୁଡ଼ି। ଯେକୌଣସି ବି କାରଣରୁ କଳା ଦାଗ ହୋଇଥିଲେ ଆପଣ ମୁହଁରେ ପଇଡ଼ ପାଣି ଲଗାଇ ତାହାକୁ ଦୂର କରିପାରିବେ।