କାର ସହ ଅଟୋ ଧକ୍କାରେ ,୭ ଆହତ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ କାର ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସାତ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ଛନ୍ତି। ସୂଚନା ଅନୁସାରେ ପୁଲବାଣୀ ପଟୁ ଫିରିଙ୍ଗିଆ ପଟକୁ କିଛି ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ଓଟୋକୁ ଫିରିଙ୍ଗିଆ ବ୍ଲକ ଛକ ନିକଟରେ ବାଲିଗୁଡା ପଟୁ ଫୁଲବାଣୀ ପଟକୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡିବାରୁ ଓଟୋରେ ବସିଥିବା ସାତଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ  ସଞ୍ଜୟ କୁମାର ଦିଗାଲ ଓ ମିଥୁନ ମହାରଣା ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।