ସୌନ୍ଦଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

ଘରୋଇ ଉପାୟରେ ବି ଆପଣ ଆପଣଙ୍କ ଶରୀରରେ ଥିବା କଳା କିମ୍ବା ଧଳା ଦାଗକୁ ଛଡ଼ାଇ ପାରିବେ । ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି । ପଇଡ଼ ପାଣି ସବୁ ପ୍ରକାର ଦାଗ ଛଡ଼ାଇ ପାରେ । ତାହା କଳା ଦାଗ ହେଉ କିମ୍ବା ଧଳା। କଟା ଘା, ପୋଡ଼ା ଚିହ୍ନ ଏବଂ ବ୍ରଣ ଦାଗ ଆଦି ଛଡ଼ାଇବା ପାଇଁ ଆପଣ ପଇଡ଼ ପାଣି ବ୍ୟବହାର କରିପାରନ୍ତିି

ପଇଡ଼ ପାଣିକୁ ଏକ ପାତ୍ରରେ ନିଅନ୍ତୁ । ସେଥିରେ ତୁଳା ବୁଡ଼ାଇ ତାହାକୁ ଆପଣଙ୍କ ଦାଗରେ ଲଗାନ୍ତୁ । ଦାଗ ଛଡ଼ାଇବା ପାଇଁ ଘିକୁଆଁରି ମଧ୍ୟ ଖୁବ୍‌ ଉପକାରୀ । ଅବଶ୍ୟ ଏହା ଟିକେ ଅଠାଳିଆ ହୋଇଥିବାରୁ ଅନେକ ଲୋକେ ଶରୀରରେ ଘିକୁଆଁରି ଲଗାଇବାକୁ ପସନ୍ଦ କରିନଥାନ୍ତି  । ମାତ୍ର ମନେ ରଖନ୍ତୁ ଘିକୁଆଁରି ଲଗାଇବା ଦ୍ୱାରା ଶହେ ପ୍ରତିଶତ ଦାଗ କମିଥାଏ ।