୨୮ ଛୁଇଁଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ୨୭ ପୁରିଯାଇଛି । ୨୮ ବର୍ଷରେ ପଦାର୍ପଣ କରିଥିବା ବିଷୟ ‘ପୁଷ୍ପା’ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୋସିଆଲ ମିଡିଆରେ ପ୍ରସାରଣ କରାଯାଇଛି । ପୁଷ୍ପା ଚଳଚ୍ଚିତ୍ରରେ ଶ୍ରିବାଲି ଭୂମିକାରେ ଅବତୀର୍ଣ୍ଣ ରଶ୍ମିକା ଏବେ ପୁଷ୍ପା-୨ ସଫଳତା ପ୍ରତି ଗଭୀର ଆଶା ବ୍ୟକ୍ତ କରିଛନ୍ତି ।

ସୋସିଆଲ ମିଡିଆରେ ପ୍ରସାରିତ ତାଙ୍କ ଜନ୍ମଦିନର ଫଟୋରେ ରଶ୍ମିକା ଗାଢ଼ ସବୁଜ ରଙ୍ଗର ଶାଢ଼ି ସାଙ୍ଗକୁ ଗୁଡ଼ାଏ ଅଳଙ୍କାର ପିନ୍ଧିଛନ୍ତି ।

୨୦୨୧ରେ ରଶ୍ମିକା ଓ ଆଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’ ମୁକ୍ତିଲାଭ କରିଥିଲା । ସାମାନ୍ୟ କୁଲି ଭାବେ କାମ କରୁଥିବା ପୁଷ୍ପା ପରେ ଚନ୍ଦନ କାଠ ତସ୍କରଙ୍କ ମୁଖିଆ ବନିଥିଲା । ୨୦୨୪ରେ ପୁଷ୍ପା-୨ ମୁକ୍ତିଲାଭ କରିବ ।