୯ ମାସର କନ୍ୟାକୁ ଧରି ନଦୀଗର୍ଭକୁ ଡେଇଁଲେ ମହିଳା

ଆଳି: ଶୁକ୍ରବାର ଦିନ କେନ୍ଦ୍ରାପଡ଼ାର ଆଳି ଅଂଚଳରେ ଜଣେ ମହିଳା ତାଙ୍କର ୯ ମାସର କନ୍ୟାଟିକୁ ଧରି ପୋଲ ଉପରୁ ଖରସ୍ରୋତା ନଦୀଗର୍ଭକୁ ଡେଇଁ ପଡ଼ିଛନ୍ତି । ସ୍ଥାନୀୟ ଲୋକମାନେ ଏକ ଡଙ୍ଗା ସାହାଯ୍ୟରେ ଉଭୟ ମା’ ଓ କନ୍ୟାକୁ ଉଦ୍ଧାର କରି ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମା’ ଓ ଝିଅଟିର ସ୍ୱାସ୍ଥ୍ୟାବସ୍ଥା ସଂକଟଜନକ ଥିବାର ଜଣାପଡ଼ିବା ପରେ ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସେମାନଙ୍କ ଘର ଆଳି ଥାନା ଅନ୍ତର୍ଗତ ଖଣ୍ଡୋଲ ଗ୍ରାମରେ । ପାରିବାରିକ କଳହ କାରଣରୁ ମହିଳାଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।