ବିଜେଡିର ତୃତୀୟ ଦଫାରେ ୯ ଜଣ ବିଧାୟକ ପ୍ରାର୍ଥୀ

ରାଜନୀତି:ଭୁବନେଶ୍ୱର: ବିଜେଡି ପକ୍ଷରୁ ତୃତୀୟ ଦଫା ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ବାରବାଟ-କଟକରୁ ପ୍ରକାଶ ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା, ଜୟଦେବରୁ ନବକିଶୋର ମଲ୍ଲିକ, ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ରାଉରକେଲାରୁ ସାରଦା ନାୟକ, ବୀରମିତ୍ରପୁରରୁ ରୋହିତ ତିର୍କୀ, କେନ୍ଦୁଝରରୁ ମୀନା ମାଝି, ରାଇରଙ୍ଗପୁରରୁ ରାଇସିନ ମୁର୍ମୁ ଓ ବାଲେଶ୍ୱରରୁ ସ୍ୱରୂପ ଦାସ ଲଢ଼ିବାକୁ ଅନୁମତି ପାଇଛନ୍ତି ।

ବିଜେଡି ପକ୍ଷରୁ ପ୍ରଥମ ଦଫାରେ ୭୭, ଦ୍ୱିତୀୟ ଦଫାରେ ୨୭ ଓ ତୃତୀୟ ଦଫାରେ ୯ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି । ୨୧ଟି ଲୋକସଭା ଆସନ ଭିତରୁ ଦଳ ୨୦ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ।