ନିର୍ବାଚନ ପ୍ରଚାରରେ ଯୋଗଦାନ କରି ପୁଲିସ ଅଧିକାରୀ ନିଲମ୍ବିତ

ଅଗରତାଲା: ପଶ୍ଚିମ ତ୍ରିପୁରାରେ ଲୋକସଭା ଆସନ ପାଇଁ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ପ୍ରଚାର କରୁଥିବା ଅଭିଯୋଗରେ ଜଣେ ପୁଲିସ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚାକିରିରୁ ନିଲମ୍ବିତ କରିଛନ୍ତି । ସଂପୃକ୍ତ ଅଧିକାରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ବିଷୟ କମିଶନ ସ୍ପଷ୍ଟ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ନିଲମ୍ବିତ ପୁଲିସ ଅଧିକାରୀ ସୁମନ ହୁସେନଙ୍କୁ ପଶ୍ଚିମ ତ୍ରିପୁରାର ସିଧାଇ ଥାନାରେ କାମ କରୁଥିଲେ । ଗୁରୁବାର ଦିନ ସେ ଏକ ଦଳୀୟ ସମାବେଶରେ ଯୋଗଦାନ କରିଥିଲେ ।

ସାଧାରଣତଃ ଜନଜାତି ଅଂଚଳରେ ଏସପିଓଙ୍କୁ ଗୁରୁଦାୟିତ୍ୱ ତୁଲାଇବାକୁ ପଡ଼ିଥାଏ । ମାତ୍ର ନିଲମ୍ବିତ ଅଫିସର ହୁସେନ ସରକାରଙ୍କ ଗୁରୁଦାୟିତ୍ୱକୁ ତୁଲାଇବାକୁ ଅଯୋଗ୍ୟ ପ୍ରମାଣିତ ହୋଇଛନ୍ତି ।