ମହିଳା ସରପଂଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ଗୁରୁବାର ଦିନ ଯାଜପୁର ଜିଲ୍ଲାର ଜଣେ ମହିଳା ସରପଂଚଙ୍କ ମରଶରୀରକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମୃତ ମହିଳା ଜଣକ ହେଉଛନ୍ତି ଜେନାପୁର ପଂଚାୟତର ସରପଂଚ ସିପାଲତା ମଲ୍ଲିକ । ତାଙ୍କ ଘର ଦଳିତସାହିରେ । ସିପାଲତାଙ୍କ ସ୍ୱାମୀ ସୁକଦେବଙ୍କ ନିକଟରୁ ଫୋନ୍‌ କଲ୍‌ ପାଇ ତାଙ୍କ ଭାଇ ଭୋଳାନାଥ ମଲ୍ଲିକ ପୁଲିସକୁ ଖବର ଦେଇଥିଲେ ।

ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।

ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ସିପାଲତା ଆତ୍ମହତ୍ୟା କରିଛନ୍ତି; ତାହା ଅସ୍ପଷ୍ଟ ରହିଛି । ସିପାଲତାଙ୍କୁ କେହି ହତ୍ୟା କରିି ଟଙ୍ଗାଇ ଦେଇନି ତ? ଏମିତି ପ୍ରଶ୍ନ ସମସ୍ତଙ୍କୁ ବିବ୍ରତ କରିଛି । ୨୦୨୨ ସରପଂଚ ନିର୍ବାଚନରେ ସିପାଲତା ଜିତିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।