ଗୁଜରାଟ ଟାଇଟନ୍ସ ୩ ୱିକେଟରେ ହରାଇଲା ପଞ୍ଜାବ କିଙ୍ଗ୍ସ

ଆଇପିଏଲ୍‌ରେ ଗୁରୁବାର ପଞ୍ଜାବ କିଙ୍ଗ୍ସ ୩ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଏଥିସହ ଚଳିତ ଋତୁରେ ପ୍ରଥମ ଥର ଏକ ଦଳ ପଶ୍ଚାତ୍‌ଧାବନରେ ୨୦୦ ରନ୍ କରି ଜିତିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ବିନିମୟରେ ୧୯୯ ରନ୍ କରିଥିଲା ଟାଇଟନ୍ସ ଟିମ୍। କ୍ୟାପ୍ଟେନ ଶୁବମନ ଗିଲ୍ ଅପରାଜିତ ୮୯(୪୮) ରନ୍ କରିଥିଲେ। ୨୦୦ ରନର ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗ୍ସ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।