ତ୍ୱଚାକୁ ସୁନ୍ଦର ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ତ୍ୱଚା ସୁସ୍ଥ, ଚମକ, ଉଜ୍ଜ୍ୱଳ ରହୁ ବୋଲି ଇଚ୍ଛା । ମାତ୍ର ବୟସ ବଢିବା ସହ ଏହାର ପ୍ରଭାବ ତ୍ୱଚା, ଚର୍ମ, ବେକ ସହ ଶରୀରର ବିଭିନ୍ନ ଅଙ୍ଗରେ ଦେଖାଯାଇଥାଏ । ବୟସ ସହ ଧିରେ ଧିରେ ତ୍ୱଚା ଖରାପ ହେବାକୁ ଲାଗି ଥାଏ। ମୁହଁରେ କୁଞ୍ଚନ ସହ ତ୍ୱଚା ଜନିତ ଅନେକ ସମସ୍ୟା ନଜର ଆସିଥାଏ। ବିଶେଷ କରି ନିଜର ଜୀବନଶୈଳୀ ପ୍ରତି ସଠିକ୍ ଧ୍ୟାନ ନ ଦେବା ଦ୍ୱାରା, ଖରାର ପ୍ରଭାବ, ପ୍ରଦୂଷଣ, ସୂର୍ଯ୍ୟର ଅତି ବାଇଗଣୀ ରଶ୍ମିର ପ୍ରଭାବରେ ତ୍ୱଚା ଉପରେ କୁପ୍ରଭାବ ପଡିଥାଏ।

ଶରୀର ଓ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍, କ୍ୟାଲସିୟମ, ମିନେରଲ୍ସ, ଫାଇବର ଥିବା ଖାଦ୍ୟର ଭରପୁର ସେବନ କରିବା ଉଚିତ୍। ତ୍ୱଚାକୁ ଯୁବା ଓ ସୁନ୍ଦର ରଖିବା ପାଇଁ ନିୟମିତ ଫଳର ସେବନ କରନ୍ତୁ। ଫଳରେ ଥିବା ଭିଟାମିନ୍ ଓ ମିନେରାଲ୍ସ ତ୍ୱଚାକୁ ପୋଷକ ତତ୍ତ୍ୱ ଯୋଗାଇଥାଏ । ଡ୍ରାଏ ଫ୍ରୁଟ୍ସ ମଧ୍ୟ ତ୍ୱଚାକୁ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। ଯୁବା ରଖିବାରେ ସହାୟକ ହୋଇଥାଏ। ତ୍ୱଚାରେ କୁଞ୍ଚନ ସୃଷ୍ଟି ହେବାକୁ ଦେଇନଥାଏ।