ରାଶିଫଳ ସୋମବାର : ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ

Horoscope Monday-30-01-2023

ମେଷ: ଆପଣଙ୍କ ମସ୍ତଷ୍କରେ ଯେଉଁ ବିଚାର ଆସିବ ତାହା ସଫଳ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବା ଯୋଗୁଁ ଗୌରବ ଅନୁଭବ କରିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ‌

ବୃଷ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ସୁଧୁରିବ। ବନ୍ଧୁ ସହିତ ମଉଜ ମସ୍ତିରେ ସମୟ ବିତିବ।

ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ବ୍ୟବସାୟରେ ଲାଭ ପାଇବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।

କର୍କଟ: କୌଣସି କାମରେ ଯଥେଷ୍ଟ ଲାଭ ହେବ। ଅଫିସର ପ୍ରକଳ୍ପ ପୂରା କରିବାରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କ ସହିତ ବୁଲି ଯିବାର ଯୋଜନା କରିବେ।

ସିଂହ: ଭବିଷ୍ୟତକୁ ଲକ୍ଷ୍ୟ ରଖି ଜରୁରୀ କାମ ସଂପୂର୍ଣ୍ଣ କରିବା ପାଇଁ ଯୋଜନା କରନ୍ତୁ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

କନ୍ୟା: ବ୍ୟବସାୟ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଅଫିସରେ ଆପଣଙ୍କ କଥାକୁ ଲୋକେ ଗୁରୁତ୍ବ ଦେବେ। ସନ୍ଧ୍ୟ‌ାରେ ବନ୍ଧୁ ସହିତ ସୁଖଦ ସାକ୍ଷାତ ହେବ।

ତୁଳା: ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ। ଯାତ୍ରା ସୁଖଦ ଓ ଲାଭଦାୟକ ସାବ୍ୟସ୍ତ ହେ‌ବ। ଲେଖକଙ୍କ ବିଚାରର ପ୍ରଶଂସା ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ବିଛା: ଚାକିରି ବୃତ୍ତିରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହୋଇଯିବ। ପଇସା ଦେଣନେଣ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବେକାରଙ୍କୁ ରୋଜଗାର ମିଳିବ।

ଧନୁ: ବିଶେଷ କାର୍ଯ୍ୟର ଦୂର ସ୍ଥାନକୁ ଯିବେ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଚାକିରି ସମ୍ବନ୍ଧରେ ଶୁଭ ଖବର ମିଳିବା ହେତୁ ପରିବାରରେ ଖୁସିର ପରିବେଶ ରହିବ।

ମକର: ବ୍ୟବସାୟରେ ଭଲ ଫଳ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଫିସରେ ନୂଆ ଲୋକଙ୍କ ସହିତ ମିଶିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ।

କୁମ୍ଭ: ନିଜର ଲକ୍ଷ୍ୟ ହାସଲ ପାଇଁ ଠୋସ୍ ଯୋଜନା କରିବେ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ମାର୍ଗ ଖୋଲିବ। ଉଦୀୟମାନ ଲେଖକଙ୍କ ପାଇଁ ଦିନଟି ଶୁଭ।

ମୀନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ବିଚାରରେ ଲାଗି ରହିବ। ଇଚ୍ଛା ପୂରଣର ଉଦ୍ୟମରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଶୁଭ। ଅଚାନକ ଧନଲାଭ ହେବ।