ବେଲର ଲାଭଦାୟକ ଗୁଣ ଜାଣନ୍ତୁ…

ଖରା ଦିନରେ ବେଲ ପଣା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏହି ଋତୁରେ, ଅଧିକାଂଶ ଲୋକଙ୍କର ପେଟଜନିତ ସମସ୍ୟା ଦେଖାଦିଏ। ଖାଇବା-ପିଇବାରେ ସାମାନ୍ୟ ଅସାବଧାନତା କାରଣରୁ ହଜମଠୁ ନେଇ ଗ୍ୟାସଟିକ, ଝାଡ଼ା-ବାନ୍ତି, ଜ୍ୱଳନ, ଅମ୍ଳତା, ପେଟ ଯନ୍ତ୍ରଣା ଆଦି ସୃଷ୍ଟି ହୁଏ। ପ୍ରକୃତିରୁ ମିଳୁଥିବା ଗୋଟିଏ ଫଳରେ ଏ ସମସ୍ତ ସମସ୍ୟାକୁ ଦୂର କରିବାର ଗୁଣ ରହିଛି, ତାହା ହେଉଛି ବେଲ।

ସେହିପରି , ପେଟ ପାଇଁ ଔଷଧ ଅପେକ୍ଷା ବେଲ ଅଧିକ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏଥିରେ ଭିଟାମିନ୍-ଏ, ଭିଟାମିନ୍-ସି, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫୋଲେଟ୍, ପୋଟାସିୟମ୍ ଏବଂ ଫାଇବର ଥାଏ। ଏହା ପେଟ ଏବଂ ହଜମ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ଗୋଟିଏ କପ୍ ବେଲ ପଣାରୁ ପ୍ରାୟ ୬୦-୭୦ କ୍ୟାଲୋରୀ ମିଳିଥାଏ।