କିସ୍‌ମିସ୍‌ର ଉପକାରିତା ବିଷୟରେ ଜାଣନ୍ତୁ…

ଯୁବତୀ ଓ ମହିଳାମାନେ ନିଜ କେଶ, ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଚାହୁଁଥିଲେ, ପ୍ରତିଦିନ ୫-୭ଟି କଳା କିସ୍‌ମିସ୍‌ ଖାଇବା ଭଲ। ରାତିରୁ ପାଣି ଏକ ଗିଲାସ କିମ୍ବା କପ୍‌ରେ ନେଇ ସେଥିରେ କିସ୍‌ମିସ୍‌କୁ ବତୁରାଇ ରଖିବେ। ସକାଳୁ ଉଠିବା ପରେ ଦାନ୍ତଘଷା ପରେ ପ୍ରଥମେ ଏହା ଖାଇ ପରେ ଜଳଖିଆ ଖାଆନ୍ତୁ। ୩-୪ମାସ ନିୟମିତ ଖାଇବା ପରେ ନିଜେ ଫରକ୍ ଜାଣିପାରିବେ।

ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ, ଫାଇଟୋ-ନ୍ୟୁଟ୍ରିଏଣ୍ଟସ୍, ପଲିଫିନୋଲ୍ସ ଆଦି ପୋଷକତତ୍ତ୍ବ ଭରପୂର କିସ୍‌ମିସ୍‌ ଖାଇଲେ ପେଟ ସଫା ରହିବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଫାଇବର୍‌ ତତ୍ତ୍ବ ଭରପୂର ଏହି ଡ୍ରାଏଫ୍ରୁଟସ୍ ପିଲାଙ୍କୁ ଦେଲେ ସେମାନଙ୍କ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।

ଫ୍ରୁକ୍ଟୋଜ୍ ଓ ଗ୍ଲୁକୋଜ୍ ଭରପୂର କିସ୍‌ମିସ୍‌ ଖାଇଲେ ଓଜନ ମଧ୍ୟ ଶୀଘ୍ର ବଢ଼ିଥାଏ। ପତଳା ଲୋକ କିସ୍‌ମିସ୍‌କୁ ବିିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରି ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।