ମିଶ୍ରି ଓ ପାନମଧୁରୀର ଲାଭ ଦାୟିକ ଗୁଣ ଜାଣନ୍ତୁ…

ଖରାଦିନେ ସୁସ୍ଥ ରହିବା ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ଜିନିଷ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ଖରାଦିନେ ମିଳୁଥିବା ଫଳ, ପନିପରିବା କିଛି ମସଲା ଖାଦ୍ୟରେ ସାମିଲ କରିବା ଉଚିତ। ଶରୀରକୁ ଭିତରୁ ଥଣ୍ଡା ରଖିବା ପାଇଁ ତରଭୂଜ, କାକୁଡି ଆଦି ଖାଇବା ଉଚିତ।

ମାତ୍ର ଏପରି ୨ଟି ଜିନିଷ ରହିଛି, ଯାହାକୁ ଏକାସହ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ସେହି ଜିନିଷ ହେଉଛି ପାନମଧୁରୀ ଓ ମିଶ୍ରି।

ମିଶ୍ରି ସହଜରେ ହଜମ ହୋଇଥାଏ। ରାତିରେ ଶୁଖିଲା କାଶ ଜନିତ ସମସ୍ୟା ଥିଲେ, ମିଶ୍ରି ସେବନ କରିବା ଉଚିତ। ମିଶ୍ରି ପ୍ରାକୃତିକ ରୂପରେ ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଜଳାପୋଡାରୁ ମୁକ୍ତି ଦେଇଥାଏ।

ଗରମ ପ୍ରଭାବରୁ ରକ୍ଷା ପାଇବାକୁ ହେଲେ ମିଶ୍ରି ପାଣିର ସେବନ କରନ୍ତୁ। କେତେକ ସମୟରେ ବାନ୍ତି, ବଦହଜମି, ଏସିଡିଟି ଆଦି ହେଉଥିବା ଦେଖାଯାଏ। ଏହି ସମୟରେ ମିଶ୍ରି ସେବନ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।