ପିଜୁଳିର ଲାଭଦାୟକ ଗୁଣ ଜାଣନ୍ତୁ…

ମଧୁମେହ ରୋଗୀଙ୍କୁ ବିଭିନ୍ନ ଫଳ ଖାଇବାକୁ ବାରଣ କରାଯାଉ ଥିଲେ ମଧ୍ୟ ସେମାନେ ପିଜୁଳି ଖାଇପାରିବେ । କିନ୍ତୁ ଅତ୍ୟଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ପିଜୁଳିକୁ ପୋଷକ ତତ୍ତ୍ୱ ଦୃଷ୍ଟିରୁ ଆପଲଠାରୁ ଉତ୍ତମ ଭାବେ ବିବେଚନା କରାଯାଏ । ଶୀତଦିନରେ ପିଜୁଳି ପ୍ରଚୁର ପରିମାଣରେ ମିଳିଥାଏ ।

ପ୍ରଚୁର ମିଳେ ବୋଲି ଏକା ସାଙ୍ଗରେ ଅଧିକ ଖାଇବା ଆଦୌ ଉଚିତ୍ ନୁହେଁ, ଦିନକୁ ଗୋଟିଏ ପିଜୁଳି ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପିଜୁଳିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ 12-24 ମଧ୍ୟରେ ଥାଏ । ଏହା ବ୍ୟତୀତ ଅନେକ ଭିଟାମିନ ମଧ୍ୟ ମିଳିଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।