ଲସିର ଉପକାରୀ ଗୁଣ ବିଷୟରେ ଜାଣନ୍ତୁ…

ଖରାଦିନେ ବିଶେଷ କରି ନିଜକୁ ସୁସ୍ଥ ରଖିବା ପାଇଁ ସଭିଏଁ ନିଜ ଖାଦ୍ୟରେ ଅନେକ ପରିବର୍ତ୍ତନ କରିଥାଆନ୍ତି। ଏହି ସମୟରେ ଅଧିକାଂଶ ଲୋକେ ଥଣ୍ଡାଜାତୀୟ ଜିନିଷ ସେବନ କରିବାକୁ ଇଚ୍ଛା କରିଥାଆନ୍ତି। ଯାହା ଗରମରୁ ମୁକ୍ତି ଦେଇଥାଏ।

ସେହିଭଳି ଅଧିକାଂଶ ଲୋକଙ୍କୁ ଖରା ଦିନେ ଲସି ପିଇବା ବେଶ ପସନ୍ଦ। ଏହା ଶରୀରକୁ ଥଣ୍ଡା ପ୍ରଦାନ କରିବା ସହ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ। କାର୍ବୋହାଇଡ୍ରେଟ, ସୋଡିୟମ, ପ୍ରୋଟିନ ଓ ଫାଇବରରେ ଭରପୁର ଲସି ସ୍ୱାଦିଷ୍ଟ ହେବା ସହ ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। କେବଳ ସ୍ୱାଦ ପାଇଁ ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲସି ପିଇବା ବେଶ ଲାଭଦାୟକ।