ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଯାହା ଗତ ୫ ଦିନ ହେଲା ହଲିବାର ନାଁ ନେଉ ନାହିଁ । ଅର୍ଥାତ୍ କେରଳ ପଟ ଶାଖା ବିଷୁବ ରେଖା ପାଖରୁ ଇଞ୍ଚେ ବି ଆଗକୁ ବଢୁନି । ପାଣୀପାଗ ବିଭାଗ ପୁର୍ବାନୁମାନ କରୁଛି ଯେ, ଆଗକୁ ଏଭଳି ସ୍ଥିତିରୁ ଜୁନ୍ ୧୦ ଯାଏଁ ତ୍ରାହି ନାହିଁ ।

ରାଜ୍ୟରେ ପ୍ରାକ୍ ମୌସୁମି ବର୍ଷା ନାହିଁତ । ତେବେ ଆଗାମୀ ୨ରୁ ୩ ଦିନରେ ସ୍ଥିତି ସାମାନ୍ୟ ପରିବର୍ତ୍ତନ ଆସିପାରେ । ବର୍ତ୍ତମାନ ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପକୂଳଠୁ ପଶ୍ଚିମ ଓଡ଼ିଶା ସବୁଠି ତାତିର ରାଜୁତି । ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବାବେଳେ ଉପକୂଳରେ ଅନୁଭୂତ ହେଉଛି ଅସହ୍ୟ ଗୁଳୁଗୁଳି ।