କ୍ବାଲିଫାୟର-୨ରେ ମୁମ୍ବାଇ

ଚେନ୍ନାଇ: ପେସ୍ ବୋଲର ଆକାଶ ମଢ଼ୱାଲଙ୍କ ୫ ୱିକେଟ ଦଖଲ ବଳରେ ଚଳିତ ଆଇପିଏଲ୍‌ର କ୍ବାଲିଫାୟର-୨ରେ ପହଞ୍ଚିଛି ୫ ଥର ଚମ୍ପିଆନ୍‌ ମୁମ୍ବଇ ଇଣ୍ଡିଆନ୍‌ସ। ବୁଧବାର ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୮୧ ରନ୍‌ରେ ମୁମ୍ବଇ ପରାସ୍ତ କରିଛି।

କାମେରନ୍ ଗ୍ରୀନ୍‌ଙ୍କ ୪୧ ଓ ସୂର୍ଯ୍ୟକୁମାର ଯାଦବଙ୍କ ଦ୍ରୁତ ୩୩ ରନ୍‌ ସହ କିଛି ଉପଯୋଗୀ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍‌ସ ୮ ୱିକେଟରେ ୧୮୨ ରନ୍‌ କରିଥିଲା। ପରେ ମାର୍କସ ଷ୍ଟଇନିସ୍‌ଙ୍କୁ ଛାଡ଼ି ଅନ୍ୟ ବ୍ୟାଟ୍‌ସମ୍ୟାନ ବିଫଳ ହେବାରୁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୧୬.୩ ଓଭରରେ ୧୦୧ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା।

ମଢ଼ୱାଲ ମାତ୍ର ୫ ରନ୍‌ ଦେଇ ୫ଟି ୱିକେଟ ନେଇ ଲକ୍ଷ୍ନୌର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୩ ବର୍ଷ ପରେ ପ୍ଲେଅଫ୍‌ରେ ପହଞ୍ଚିଥିବା ଏବଂ ଗତବର୍ଷ ଅନ୍ତିମ ସ୍ଥାନରେ ରହିଥିବା ମୁମ୍ବାଇ ଶୁକ୍ରବାର ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସ ବିପକ୍ଷରେ କ୍ବାଲିଫାୟର-୨ ଖେଳିବ।