ଆସନ୍ତୁ ଜାଣିବା ଶୀତ ଦିନେ ଖାଇବା କେଉଁ ଖାଦ୍ୟ

ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ….

ଶୀତଋତୁ ଆସିବା ସହିତ ଲୋକଙ୍କ ଜୀବନଶୈଳୀ ସଂପୂର୍ଣ୍ଣ ବଦଳିଯାଏ । ଶରୀରକୁ ଶୀତରୁ ରକ୍ଷା କରିବା ପାଇଁ ଲୋକମାନେ ପଶମ ପୋଷାକ ବ୍ୟବହାର କରନ୍ତି । ଏହା ସତ୍ତେ୍ୱ ଶୀତଦିନେ ମିଳୁଥିବା କିଛି ବିଶେଷ ଜିନିଷ ଆମକୁ ଶୀତରୁ ରକ୍ଷା କରିଥାଏ। ଏହି ଜିନିଷଗୁଡ଼ିକ କେବଳ ଆପଣଙ୍କ ଶରୀରକୁ ଉଷ୍ଣ ରଖିବ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ଯୋଗାଇବ । ଏହି ସୁପରଫୁଡ୍ ଖାଇବା ଦ୍ୱାରା ଶୀତଦିନେ ଅସୁସ୍ଥ ହେବାର ସମ୍ଭାବନା ମଧ୍ୟ କମ୍ ଥାଏ ।

ଏଥିରେ ମିଳୁଥିବା ଏକ ଆଣ୍ଟିଅକ୍ସିଡାଣ୍ଟ ଯାହା କର୍କଟ ଭଳି ଗୁରୁତର ରୋଗର ଆଶଙ୍କା ହ୍ରାସ କରିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହା ଭିଟାମିନ୍-କେ ଏବଂ ଭିଟାମିନ୍-ଏ ର ଏକ ଉତ୍ତମ ଉତ୍ସ । ଏହା ହାଡକୁ ମଜବୁତ କରିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି କରିଥାଏ ।

ଖଜୁରୀରେ ଭିଟାମିନ ଏ, ଫାଇବର, ଆଇରନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। କ୍ଷୀର ସହ ଖଜୁରୀର ସେବନ କଲେ ଶରୀର ସୁସ୍ଥ ରହିବା ସହ ହାଡ଼ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। ଶୀତଦିନେ ଏହା ଶରୀରକୁ ଉଷ୍ଣ ରଖିଥାଏ।