ଗରିବ ହୋଇ ରହିବ: ବାସନ ଓଲଟାଇ ରଖିଲେ

ରୋଷାଇ ଘରେ ବାସନ କୁସନ ଓଲଟାଇ ରଖିବା ଅଧିକାଂଶ ଘରଣୀଙ୍କ ଅଭ୍ୟାସ । କିନ୍ତୁ ସେଇ ଛୋଟିଆ କାମଟି ଘରକୁ ଦାରିଦ୍ର୍ୟକୁ ଡାକି ଆଣିଥାଏ । ଡେକ୍‌ଚି, ହାଣ୍ଡି, କଡେ଼ଇ, ପଲମ, ଗିନା, ଥାଳି, କଂସାକୁ ସିଧା ରଖିଲେ ତା’ ଭିତରେ ପାଣି ରହିଯାଏ । କମ୍‌ ଦିନରେ କଣା ହୋଇଯିବାର ଆଶଙ୍କା ଥାଏ ।

କଥିତ ଅଛି, ବାସନ କୁସନକୁ ଓଲଟାଇ ରଖିଲେ; ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ମା’ଙ୍କ କୋପରୁ ଗୃହରେ କଳହ ଲାଗିବ । ଅଭାବ ଅସୁବିଧା ଲାଗି ରହିବ । ପିଲାପିଲିଙ୍କ ଦେହ ଅସୁସ୍ଥ ରହିବ । ଗୃହ ମାଲିକଙ୍କ ପକେଟରେ ଟଙ୍କା ରହିବନି । ଏପରିକି ବ୍ୟାଙ୍କ ଜମାଖାତାରେ ମଧ୍ୟ ଟଙ୍କା ରହିବନି ।

ତେଣୁ ଘରଣୀମାନେ କଡେଇକୁ ଓଲଟାଇ ରଖିବା ଅନୁଚିତ । ରୁଟି ସେକା ତାୱାକୁ ଚୁଲି ଉପରେ ସବୁବେଳେ ରଖିବା ଅନୁଚିତ । ରୋଷେଇ ସରିଯିବା ପରେ ତାୱାକୁ ଚୁଲି ଉପରୁ ଅନ୍ୟତ୍ର ରଖିବା ଉଚିତ ।