ଓଜନ କମାଇବା ପାଇଁ କିଛି ଟିପ୍ସ

ଆଜି କାଲି ଦୁନିଆରେ କିଏ ବା ଫିଟ ରହିବାକୁ ନ ଚାହୁଁଛି । ଯୁବପିଢ଼ିଙ୍କ ମଧ୍ୟରେ ଗୋଟିଏ ନିଶା କେମିତି ନିଜକୁ ଫିଟ ରଖିବେ। ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଆଜି କାଲିର ଲୋକ। ବିଶେଷ କରି ମୋଟାପଣ ଅଧିକ ସମସ୍ୟା ସୃଷ୍ଟି କରିଥାଏ। ଚିନ୍ତା ବଢାଉଛି ମୋଟାପଣ । ଯୁବପିଢି ହୁଅନ୍ତୁ କିମ୍ବା ବୟସ୍କ ସମସ୍ତେ ମୋଟାପଣର ଶିକାର । ତେବେ ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛନ୍ତି ତେବେ ରହିଛି କିଛି ଉପାୟ ।

ଆସନ୍ତୁ ଜାଣିବା କଣ ଖାଇବା ଦରକାର କଣ ନଖାଇବା ଦରକାର । ଓଜନ କମ କରିବା ପାଇଁ ଖାଦ୍ୟ ଛାଡ଼ିବା କଥା ନୁହେଁ । ସ୍ୱାସ୍ଥ୍ୟକର ଖାଦ୍ୟ ଛାଡ଼ି ପେଟ ଖାଲି ରଖିବା ଦ୍ୱାରା ଏହାର ପ୍ରଭାବ ମେଟାପୋଲିଜିମ ଉପରେ ପଡେ । ଶୋଇବା ସମୟ ଠିକ କରନ୍ତୁ, ଯଦି ଆପଣକୁ ନିଦ ଠିକ ସମୟରେ ଆସୁନି ତେବେ ଏହାର ପ୍ରଭାବ ଶରୀରର ଓଜନ ଉପରେ ପଡେ ।

ଓଜନ କମ କରିବା କିମ୍ବା ଓଜନ କଣ୍ଟ୍ରୋଲ କରିବା ପାଇଁ ଘର ତିଆରି ଖାଦ୍ୟ ବେଷ୍ଟ । ଖାଇବା ସମୟରେ ଖାଦ୍ୟକୁ ଚୋବାଇ ଖାଆନ୍ତୁ । ଖାଦ୍ୟକୁ ଜଲଦି ଖାଇବା ଦ୍ୱାରା ଓଜନ ବଢିଥାଏ । ପ୍ରତିଦିନ ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ । ଚାଲିବା, ପାହାଚ ଚଢିବାର ଅଭ୍ୟାସ ରଖନ୍ତୁ । ଏହାଦ୍ୱାରା ଓଜନ କଣ୍ଟ୍ରୋଲ ହୁଏ ।

ଓଜନ କମ କରୁବାକୁ ଚାହୁଁଥିଲେ ଖାଆନ୍ତୁ ଫୁଲକୋବି । ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଫୁଲକୋବି ମୋଟାପଣ ଦୂର କରିବା ସହିତ ଶରୀରକୁ ଡିଟକ୍ସିଫାଏ କରେ । ଫୁଲକୋବିରେ ପ୍ରଚୁର ପରିମାଣର ଭିଟାମିନ୍ କେ ମିଳିଥାଏ, ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଏମିତି କିଛି ଜୈବ ଯୌଗିକ ମିଳିଥାଏ, ଯାହା ହାଡର ଘନତାକୁ ଉନ୍ନତ କରି ହାଡ ଭାଙ୍ଗିବାର ଆଶଙ୍କା କମାଇପାରେ। ତେନ୍ତୁଳି ମଧ୍ୟ ଓଜନ ହ୍ରାସ କରିବାରେ ସହାୟକ ହୁଏ । ଏହା କୋଲେଷ୍ଟ୍ରୋଲ କମ କରିବା ସହ ହୃତପିଣ୍ଡ ପାଇଁ ମଧ୍ୟ ଲାଭଦାୟକ ।

ନିୟମିତ ସୁପ ପିଇବାର ଅଭ୍ୟାସ ରଖନ୍ତୁ । ମୁଗ ଡାଲି ଓ ଗାଜରରେ ତିଆରି ସୁପ୍ ଏକ ଭଲ ପରିବର୍ତ୍ତନ ଆଣିବ । ଏଥିରେ କ୍ୟାଲୋରୀ ମାତ୍ରା ଅତ୍ୟଧିକ କମ୍ ଥାଏ । ଫଳରେ ଏହି ସୁପ୍ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଦହି ସୁପ, ରସୁଣ ଓ ପନିପରିବା ସୁପ, ମକା ଓ ମଟର ସୁପ, ଲାଲ ମସୁର ଡାଲି ସୁପ ଓଜନ କମାଇବାରେ ସାହାର୍ୟ୍ୟ କରିବା ସହ ଶରୀରକୁ ପ୍ରୋଟିନ ମଧ୍ୟ ଯୋଗାଇଥାଏ ।