କିସ୍‌ମିସ୍‌ର ଲାଭଦାୟିକ ଗୁଣ ଜଣାନ୍ତୁ….

କିସମିସ୍ ଆଇରନ୍ ସ୍ତରକୁ ବଢାଇଥାଏ….

ଦୈନନ୍ଦିନ ଜୀବନରେ କିସ୍‌ମିସ୍‌ର ସେବନ ସ୍ବାସ୍ଥ୍ୟ ପ୍ରତି ହିତକର ବୋଲି କୁହାଯାଇଛି। ଅନେକ ଲୋକ କାଜୁ ଓ କିସ୍‌ମିସ ଭଳି ଡ୍ରାଏଫୁଡସ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି। କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥରେ କିସମିସ୍‌ର ମିଶ୍ରଣ ଏହାର ସ୍ବାଦକୁ ଦ୍ବିଗୁଣିତ କରିଥାଏ।

କିସମିସ୍ ଫାଇବରର ସର୍ବୋତ୍ତମ ଉତ୍ସ ଏବଂ ଏହା ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ ଟାର୍ଟାରିକ୍ ଏସିଡ୍ ମଧ୍ୟ ରହିଥାଏ ଯାହା ପେଟ ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ।

ଅନୁସନ୍ଧାନରୁ ଜଣାପଡିଛି ଯେ କିସମିସରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଅନ୍ତନଳୀ କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ।

ଏହା ଆପଣଙ୍କ ଅନ୍ତନଳୀରେ ବ୍ୟାକ୍ଟେରିଆର ସନ୍ତୁଳନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। କିସମିସ୍ ଆଇରନ୍ ସ୍ତରକୁ ବଢାଇଥାଏ ଏବଂ ହାଡକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରିଥାଏ।