ସବୁବେଳେ ଫିଟ୍‌ ରହିବା ପାଇଁ, ଏହି ସମୟରେ କରନ୍ତୁ…

ଆଜିର ସମୟରେ ଏକ କଷ୍ଟକର କାର୍ଯ୍ୟ ଯାହାକି ଓଜନ ହ୍ରାସ କରିବା ଏବଂ ଏହାକୁ ନିୟନ୍ତ୍ରଣରେ ରଖିବା। ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ବ୍ୟାୟାମ ଏବଂ ଡାଏଟ ଫଲୋ କରନ୍ତି। ଏକ ସଠିକ ଏବଂ ସନ୍ତୁଳିତ ଜୀବନଶୈଳୀ ଫଲୋ କରି ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ। ଠିକ ସମୟରେ ରାତ୍ରୀ ଭୋଜନ କରିବାର ଅଭ୍ୟାସ ଏହି ସନ୍ତୁଳିତ ଜୀବନଶୈଳୀରେ ସାମିଲ ଅଛି।

ଆୟୁର୍ବେଦରେ ମଧ୍ୟ ଶୀଘ୍ର ରାତ୍ରି ଭୋଜନ କରିବାର ଅନେକ ଲାଭ ବିଷୟରେ ଉଲ୍ଲେଖ କରାଯାଇଛି। ସେଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ଶୀଘ୍ର ରାତ୍ରି ଭୋଜନ କରିବାକୁ ପରାମର୍ଶ ଦିଅନ୍ତି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିକହିବା ଅନୁଯାଇ, ଶୋଇବାର କିଛି ଘଣ୍ଟା ପୂର୍ବରୁ ରାତ୍ରୀ ଭୋଜନ କରିବା ଉଚିତ୍‌। ଯଦି ସମ୍ଭବ ହୁଏ, ରାତ୍ରି ଭୋଜନ ସାତରୁ ଆଠଟା ମଧ୍ୟରେ ଖାଇବା ଉଚିତ୍‌। ଏହାର ଲାଭ ହେବ ଯେ ଆପଣଙ୍କ ଖାଦ୍ୟ ହଜମ ହେବାକୁ ସମ୍ପୂର୍ଣ୍ଣ ସମୟ ମିଳିବ। ଏହା ସହିତ, ଆପଣଙ୍କର ଓଜନ ମଧ୍ୟ ନିୟନ୍ତ୍ରିତ ହେବ ଏବଂ ଶରୀରର ମେଟାବୋଲିଜିମ ମଧ୍ୟ ସୁସ୍ଥ ରହିବ।

ସେହିପରି, ଆଠଟା ପର୍ଯ୍ୟନ୍ତ ରାତ୍ରି ଭୋଜନ କରିବା କେବଳ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ନାହିଁ ବରଂ ଏହା ସୁଗାରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ଏବଂ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ। ଯେଉଁମାନେ ବିଳମ୍ବିତ ରାତିରେ ଖାଆନ୍ତି ସେମାନଙ୍କୁ ଗ୍ୟାସ ଏବଂ ଅମ୍ଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ଶୀଘ୍ର ରାତ୍ରି ଭୋଜନ କରିବାର ଗୋଟିଏ ସୁବିଧା ହେଉଛି ଖାଦ୍ୟ ହଜମ ହେବା ବ୍ୟତୀତ ଭଲ ନିଦ ହେବାରେ ମଧ୍ୟ ସାହାଯ୍ୟ କରିଥାଏ।

ଡାକ୍ତରଙ୍କ ପରାମର୍ଶ ଅନୁଯାଇ, ବିଳମ୍ବରେ ରାତ୍ରି ଭୋଜନ କରିବା ଦ୍ୱାରା ଶରୀରରେ ରକ୍ତରେ ଶର୍କରା ସ୍ତର ବଢିଥାଏ। ମେଟାବୋଲିଜିମ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ।