Today Horoscope: ଆଜି ମେ’ ମାସ ୧୪ ତାରିଖ ବୁଧବାର

ଆଜି ମେ’ ମାସ ୧୪ ତାରିଖ ବୁଧବାର । ହିନ୍ଦୁ କ୍ୟାଲେଣ୍ଡର ମୁତାବକ ବୈଶାଖ ମାସ ୨୪ ଦିନ । ମେଷ ମାସ ୩୧ ଦିନରେ ପଦାର୍ପଣ କରିଛି । ଆଜି କୃଷ୍ଣପକ୍ଷ ଦ୍ୱିତୀୟା ତିଥି । ଚନ୍ଦ୍ର ଅବସ୍ଥାନ କରିଛନ୍ତି ଅନୁରାଧା ନକ୍ଷତ୍ର ବିଛା ରାଶିରେ । ଆଜି ଦ୍ୱିତୀୟା ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଆଜି କର୍କଟ ରାଶିର ଘାତବାର ।

ଏବେ ମେଷରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ମେଷରାଶି, ମାନସିକ ଚିନ୍ତାରୁ ମୁକ୍ତ ହୋଇପାରନ୍ତି । ପରିଶ୍ରମ ମୁତାବକ ଫଳ ପାଇବେ । ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ । ଜୀବନର ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖନ୍ତୁ । ମନ, ମସ୍ତିଷ୍କ ଓ ଶରୀର ଉପରେ ଦୃଢ଼ ବିଶ୍ୱାସ ରଖନ୍ତୁ । ପରିବାରରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଭାଗ୍ୟଶାଳୀ ରଙ୍ଗ ନୀଳ ଓ ଅଙ୍କ ୩ ।

ଏବେ ବୃଷରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ବୃଷରାଶି, କୌଣସି ସମସ୍ୟାରୁ ମୁକୁଳି ଯାଇପାରନ୍ତି । ପୁରୁଣା ବିବାଦ ତୁଟିବାର ସମ୍ଭାବନା ରହିଛି । ସାମାଜିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଅଚାନକ ଖର୍ଚ୍ଚାନ୍ତ ହୋଇପାରନ୍ତିି । କାହା ସହିତ ଯୁକ୍ତିତର୍କ କରନ୍ତୁନି । ଚାକିରି କରୁଥିଲେ ପଦୋନ୍ନତି ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ ।

ଭାଗ୍ୟଶାଳୀ ରଙ୍ଗ ଗୋଲାପୀ ଓ ଅଙ୍କ ୯ ।

ଏବେ ମିଥୁନ ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ମିଥୁନ ରାଶି: ଆର୍ଥିକ ଚିନ୍ତାରୁ ମୁକ୍ତ ହୋଇପାରନ୍ତି । ସାମାଜିକ ସଂପର୍କ ବୃଦ୍ଧି ପାଇବ । ଜମିବାଡ଼ି କିଣାବିକାରୁ ଫାଇଦା ପାଇପାରନ୍ତି । ପରିବାର ଗହଣରେ କିଛି ସମୟ କଟାନ୍ତୁ । ଅଯଥା ଚିନ୍ତା କରନ୍ତୁନି । ବ୍ୟବସାୟରେ କଳବଳ କୌଶଳ ପ୍ରୟୋଗ କରନ୍ତୁ । ଚାକିରି କ୍ଷେତ୍ରରେ ପଦୋନ୍ନତି ସମ୍ଭାବନା ରହିଛି । ନିୟମିତ ରକ୍ତଚାପ ଓ ଡାଇବେଟିଜ ଯାଂଚ କରନ୍ତୁ । ଭାଗ୍ୟଶାଳୀ ରଙ୍ଗ ଲାଲ ଓ ଭାଗ୍ୟବାନ ନମ୍ବର ୫ ।

ଏବେ କର୍କଟ ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ କର୍କଟ ରାଶି: ଅଟକି ରହିଥିବା କାମଟିକୁ ଶେଷ କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ପିଲାଙ୍କ ଭବିଷ୍ୟତ ସଂପର୍କରେ ଶୁଭ ଖବର ପାଇ ଖୁସି ହେବେ । ବ୍ୟବସାୟରେ ପ୍ରତିଯୋଗିତା ମୂଳକ ସ୍ଥିତି ରହିବ । କର୍ମଜୀବୀଙ୍କ କାମକୁ ଉଚ୍ଚ ଅଧିକାରୀ ତାରିଫ କରିବେ । ପରିବାର ଲୋକଙ୍କ ସହିତ ବଜାରକୁ ଯାଇପାରନ୍ତି । ପାଗକୁ ଦୃଷ୍ଟିରେ ରଖି ବୁଲିବାକୁ ଯାଇପାରନ୍ତି । ଆଜି ପାଇଁ ଆପଣଙ୍କର ଭାଗ୍ୟଶାଳୀ ରଙ୍ଗ ନାରଙ୍ଗୀ । ଭାଗ୍ୟବାନ ଅଙ୍କ ୬ ।

ଏବେ ସିଂହ ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ସିଂହରାଶି, ଆଜି ଚାପରେ ରହି କାମ କରିବେ ଓ ପ୍ରଶଂସାର ପାତ୍ର ହେବେ । ବନ୍ଧୁ ସଂପର୍କୀୟଙ୍କ ନିକଟରୁ ଶୁଭ ଖବର ପାଇପାରନ୍ତି । ସାମାଜିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଆର୍ଥିକ ଚାପର ଶିକାର ହୋଇପାରନ୍ତି । ବ୍ୟବସାୟରେ କ୍ଷତି ସହିବେ । ଜମିବାଡ଼ି କିଣାବିକାରୁ ଫାଇଦା ପାଇବେ । ଅଫିସ କାମରେ ଅନ୍ୟତ୍ର ଯିବାକୁ ପଡ଼ିପାରେ । ତାତିରୁ ତ୍ରାହି ପାଇବା ପାଇଁ ଥଣ୍ଡା ସାମଗ୍ରୀ ସେବନ କରନ୍ତୁ । ଭାଗ୍ୟଶାଳୀ ରଙ୍ଗ ଆକାଶୀ ନୀଳ ଓ ଭାଗ୍ୟବାନ ନମ୍ବର ୯ ।

ଏବେ କନ୍ୟା ରାଶି ସଂପର୍କରେ ଜାଣନ୍ତୁ,

ଗ୍ରହମାନଙ୍କ ସ୍ଥିତି ଅନୁକୂଳ ରହିଛି । ଜନ ସଂପର୍କ ବୃଦ୍ଧି ପାଇବ । ଅଦାଲତରେ ରାୟ ଆପଣଙ୍କ ସପକ୍ଷରେ ରହିବ । ପିଲାଙ୍କ ପାଠପଢ଼ା ସମସ୍ୟା ଦୂର ହେବ । ପରିବାର ଗହଣରେ ରହି ଖୁସି ଅନୁଭବ କରିବେ । ଅନ୍ୟ ଲୋକଙ୍କ କାମରେ ମୁଣ୍ଡ ପୁରାନ୍ତୁ ନାହିଁ । ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ । ଥଣ୍ଡାକାଶରେ ପୀଡ଼ିତ ହୋଇପାରନ୍ତି । ଭାଗ୍ୟଶାଳୀ ରଙ୍ଗ ନୀଳ ଓ ଭାଗ୍ୟବାନ ନମ୍ବର ୯ ।

ଏବେ ତୁଳା ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ତୁଳାରାଶି, ନିଜ କାମରେ ମନ ଦିଅନ୍ତୁ । ଘର ଓ ଅଫିସ କାମ ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ । ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ସକରାତ୍ମକ ଚିନ୍ତାଧାରା ବଳରେ ଆପଣ ସବୁ କାମରେ ବିଜୟୀ ହେବେ । ଅନ୍ୟ ଲୋକଙ୍କ କଥାକୁ ସେତେ ଗୁରୁତ୍ୱ ଦିଅନ୍ତୁନି । ରଚନାତ୍ମକ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହେବେ । ଅଫିସରେ ଅଧିକ କାମଚାପ ପଡ଼ିପାରେ । ପାରିବାରିକ ସହଯୋଗ ଲାଭ କରିବେ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଭାଗ୍ୟଶାଳୀ ରଙ୍ଗ ଆକାଶୀ ନୀଳ ଓ ଭାଗ୍ୟବାନ ନମ୍ବର ୪ ।

ଏବେ ବିଛାରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ବିଛାରାଶି, ଭାବିଚିନ୍ତି ପୁଞ୍ଜି ବିନିଯୋଗ କରନ୍ତୁ । ପରିବାର ଗହଣରେ ସମୟ କଟାଇ ମନ ଖୁସି ରହିବ । ବ୍ୟବସାୟ କ୍ଷେତ୍ରରେ ବିଳମ୍ବରେ ନିଷ୍ପତି ନେଇ ସୁଯୋଗ ହରାଇ ପାରନ୍ତି । ଭବିଷ୍ୟତ ଯୋଜନା ସଂପର୍କରେ କାହାକୁ କୁହନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି । ଅଧିକ ପରିଶ୍ରମ କରି ହାଲିଆ ଅନୁଭବ କରିପାରନ୍ତି । ଯୋଗ ବ୍ୟୟାମ କରନ୍ତୁ । ଭାଗ୍ୟଶାଳୀ ରଙ୍ଗ ହଳଦିଆ ଓ ଭାଗ୍ୟବାନ ନମ୍ବର ୩ ।

ଏବେ ଧନୁରାଶି ସଂପର୍କେର ଜାଣନ୍ତୁ,

ପ୍ରିୟ ଧନୁରାଶି, ଅଭିଜ୍ଞ ଲୋକଙ୍କ ସହ ପରାମର୍ଶ ଟଙ୍କା ବିନିଯୋଗ କରନ୍ତୁ । ବନ୍ଧୁଙ୍କ ସହଯୋଗ ପାଇ ମନୋବଳ ବୃଦ୍ଧି ପାଇବ । ପରିଶ୍ରମ ମୁତାବକ ଫଳ ପାଇବେ । ଜୀବନସାଥୀଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ । ଆଚରଣ ଓ ଉଚ୍ଚାରଣ ପ୍ରତି ଯତ୍ନବାନ ରୁହନ୍ତୁ । ବିଦ୍ୟାର୍ଥୀମାନେ ପାଠପଢ଼ା ପ୍ରତି ମନ ଦିଅନ୍ତୁ । ଶାରିରୀକ କ୍ଷମତାକୁ ଦୃଷ୍ଟିରେ ରଖି କାମ କରନ୍ତୁ । ଭାଗ୍ୟଶାଳୀ ରଙ୍ଗ ଲାଲ, ଭାଗ୍ୟବାନ ନମ୍ବର ୮ ।

ଏବେ ମକର ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ମକର ରାଶି, ପାରିବାରିକ ଅବା ବ୍ୟବସାୟିକ ନିଷ୍ପତି ନେଇପାରନ୍ତି । ସମୟକୁ ଦୃଷ୍ଟିରେ ରଖି ସବୁ କାମ ସାରନ୍ତୁ । ପାରମ୍ପରିକ ନିୟମ ଭାଙ୍ଗି ଅସୁବିଧାରେ ପଡ଼ିପାରନ୍ତି । ଅଯଥା ସମୟ ନଷ୍ଟ କରନ୍ତୁନି । ନିକଟ ସଂପର୍କୀୟଙ୍କ ସହିତ ମନାନ୍ତର ଘଟିପାରେ । ପରିଶ୍ରମ ଅନୁସାରେ ଲାଭ ପାଇବେ । କର୍ମଜୀବୀଙ୍କ ଉପରେ କାମ ଚାପ ରହିବ । ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ଅତୁଟ ରହିବ । ପେଟ ପୁରାଇ ଭୋଜନ କରନ୍ତୁନି । ଭାଗ୍ୟଶାଳୀ ରଙ୍ଗ ସବୁଜ ଓ ଭାଗ୍ୟବାନ ନମ୍ବର ୩ ।

ଏବେ କୁମ୍ଭ ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ କୁମ୍ଭ ରାଶି, ପରିଶ୍ରମ ମୁତାବକ ଫଳ ପାଇବେ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବିଦ୍ୟାର୍ଥୀମାନେ ପାଠପଢ଼ା ପ୍ରତି ରୁଚି ରଖିବେ । ସମୟକୁ ଦୃଷ୍ଟିରେ ରଖି ଠିକ୍‌ ସମୟରେ କାମ ସାରନ୍ତୁ । ଆଚରଣ ଓ ଉଚ୍ଚାରଣ ଉପରେ ନିୟନ୍ତ୍ରଣ ହରାଇ ଅପଦସ୍ତ ହୋଇପାରନ୍ତି । ଛୋଟଛୋଟ କଥା ଅବା କାମରେ ମୁଣ୍ଡ ପୁରାନ୍ତୁନି । ଟଙ୍କା ଦେଣନେଣ ମାମଲାରେ କାହା ଉପରେ ଭରସା କରନ୍ତୁନି । ଗୁଜୁଜନଙ୍କ ସେବା କରି ଆତ୍ମସନ୍ତୋଷ ଲାଭ କରିବେ । ଆଜି ପାଇଁ ଆପଣଙ୍କର ଭାଗ୍ୟଶାଳୀ ରଙ୍ଗ ବାଦାମୀ ଓ ଭାଗ୍ୟବାନ ଅଙ୍କ ୫ ।

ଏବେ ଆସନ୍ତୁ, ମୀନ ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ମୀନରାଶି, ମନକୁ ଶାନ୍ତ ରଖନ୍ତୁ । ରଚନାତ୍ମକ କାମରେ ନିଜକୁ ବ୍ୟସ୍ତ ରଖନ୍ତୁ । ଯୁବକ ଯୁବତୀମାନେ କ୍ୟାରିୟର ଦିଗରେ ଶୁଭ ଖବର ପାଇପାରନ୍ତି । ପରିବାର ଗହଣରେ ସମୟ କଟାଇ ଖୁସି ରହିବେ । ଆପଣଙ୍କ କାମକୁ ସମସ୍ତେ ତାରିଫ କରିବେ । ଅଯଥା ଯୁକ୍ତିତର୍କ କରନ୍ତୁନି । ଆପଣଙ୍କ ଦକ୍ଷତା ଓ ଅଭିଜ୍ଞତା ଉପରେ ଦୃଢ଼ବିଶ୍ୱାସ ରଖନ୍ତୁ । ପ୍ରଭାବଶାଳୀ ଲୋକଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ପାରିବାରିକ ମାହୋଲ ହସଖୁସିଭରା ରହିବ । ଆଜି ପାଇଁ ଆପଣଙ୍କର ଭାଗ୍ୟଶାଳୀ ରଙ୍ଗ ସବୁଜ ।