BJP: ଭାରତକୁ ଶାସନ କରିବା ପାଇଁ ନୈତିକତା ହରାଇ ସାରିଛି ବିଜେପି

ମାସକ ଭିତରେ ବହୁମତ ଘୋଷଣା କରିବ ତୃତୀୟ ମେଂଟ

BJP: ନୂଆଦିଲ୍ଲୀ: ଭାରତ ସରକାରଙ୍କୁ ପରିଚାଳନା କରିବା ପାଇଁ ବିଜେପି ନିକଟରେ ଆଉ ନୈତିକ ଅଧିକାର ନାହିଁ ବୋଲି ଜାତୀୟ ଅନୁସୂଚୀତ ଜାତି, ଜନଜାତି ଓ ସଂଖ୍ୟାଲଘୁ ମହାସଂଘ ପକ୍ଷରୁ କୁହାଯାଇଛି । ମେ’ ୧୨ ତାରିଖ ଦିନ ବିଜେପି ପକ୍ଷରୁ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ‘ଅପରେସନ୍‌ ସିନ୍ଦୁର’ର ମୁଖ୍ୟ ଉଦ୍ଦେଶ୍ୟ ସଫଳ ହୋଇଥିବା କଥା ଶୁଣିବା ପରେ ମହାସଂଘ ଏପରି ବିବୃତି ପ୍ରଦାନ କରିଛି । ଆଗାମୀ ଏକମାସ ଭିତରେ ତୃତୀୟ ମେଂଟ ଗଠନ ହେବାକୁ ଯାଉଛି । ତୃତୀୟ ମେଂଟ ହାତକୁ ଭାରତ ଶାସନ ଚାଲିଯିବାର ଆଶଙ୍କା ପ୍ରକାଶ କରିଛି ମହାସଂଘ ।

ସୋମବାର ଦିନ ମହାସଂଘ କହିଛି, ପାକିସ୍ତାନ ବିରୋଧରେ ନରେନ୍ଦ୍ର ମୋଦିଙ୍କ ସରକାର ଯୋଉ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି, ସେପରି କାମ ନରେନ୍ଦ୍ର ମୋଦିଙ୍କ ପୂର୍ବରୁ କୌଣସି ସରକାର କରି ନଥିଲେ । ସମ୍ବିତ ପାତ୍ରଙ୍କ ଏ ମନ୍ତବ୍ୟଟି ମୋଦିଙ୍କ ଗରିମାକୁ ବୃଦ୍ଧି କରୁନି ବରଂ ତାଙ୍କର ଦୁର୍ବଳତାକୁ ଧରା ପକାଇଛି ।

ଛାଡ଼ନ୍ତୁ, ସମ୍ବିତ ପାତ୍ରଙ୍କ ବକ୍ତବ୍ୟକୁ ସମାଲୋଚନା କରିବାକୁ ବସିଲେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ବିକଶିତ ଭାରତର କଦର୍ଯ୍ୟ ଚେହେରା ଜଳଜଳ ହୋଇ ଦେଖାଯିବ । ସମ୍ବିତ ପାତ୍ର କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଯାଇଥିବା ବିଷୟ ଆପଣମାନେ ଯାହା ଶୁଣିବାକୁ ପାଉଛନ୍ତି ତାହା ବାସ୍ତବରେ ଅସ୍ତ୍ରବିରତି ନୁହେଁ ବୁଝାମଣା କରାଯାଇଛି ।

ଆଗାମୀ ଦିନରେ ଭାରତରେ କୌଣସି ପ୍ରକାର ଆତଙ୍କୀ କାର୍ଯ୍ୟକଳାପ ମୁଣ୍ଡ ଟେକିଲେ ତାକୁ ଭାରତ ବିରୋଧରେ ଯୁଦ୍ଧ ଘୋଷଣା ବୋଲି ଧରି ନିଆଯିବ ।

ଆମ ମନରେ ଏଇଠି ଗୋଟିଏ ପ୍ରଶ୍ନ ଉଠୁଛି । ତାହା ହେଉଛି ମୋଦି ସରକାରଙ୍କ ଆରମ୍ଭ କରାଯାଇଥିବା ‘ଅପରେସନ୍‌ ସିନ୍ଦୁର’ ଯଦି ପ୍ରକୃତରେ ପାକିସ୍ତାନ ମାଟିରେ ଆଡ୍ଡା ଜମାଇଥିବା ୯ଟି କୁଖ୍ୟାତ ଆତଙ୍କୀ ସଂଗଠନକୁ ସଂପୂର୍ଣ୍ଣ ନିପାତ କରିଦେଇଛି । ତେବେ ଆଗାମୀ ଦିନରେ ଭାରତରେ ଗୋଟିଏ ହେଲେ ଆତଙ୍କୀ ହମ୍‌ଲା ହେବାର ପ୍ରଶ୍ନ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ୫୬ ଇଂଚ ଛାତି ଭିତରେ ପୁଣି ଆତଙ୍କୀ ହମ୍‌ଲା ଛନକା ପଶିଲା କୁଆଡେ ଯେ ସମ୍ବିତ ପାତ୍ର ତାକୁ ଦେଖି ପୁଣି ଆତଙ୍କୀ ହମ୍‌ଲା ବିଷୟ ଆଶଙ୍କା କରୁଛନ୍ତି । ସମ୍ବିତ ପାତ୍ର କହିଛନ୍ତି, ଆଗାମୀ ୧୦୦ ବର୍ଷ ଭିତରେ ପାକିସ୍ତାନ ସରକାର ଓ ପାକ୍‌ ସେନାବାହିନୀ କୌଣସି ପରିସ୍ଥିତିରେ କୌଣସି ଆତଙ୍କୀ ସଂଗଠନକୁ ଆଶ୍ରୟ ଦେବାକୁ ସାହସ କରିବେନି ।

ଆଗାମୀ ୧୦୦ ବର୍ଷ ଭିତରେ କୌଣସି ଆତଙ୍କୀ ସଂଗଠନ ପାକିସ୍ତାନ ମାଟିରେ ଠିଆ ହୋଇ ଭାରତ ଆଡ଼କୁ ମୁଣ୍ଡ ଉଠାଇ ଦୃଷ୍ଟି ପକାଇବେ ନାହିଁ ।

ଏଇଠି ଗୋଟିଏ ପ୍ରଶ୍ନ ବିଜେପିକୁ, ଆଗାମୀ ଦିନରେ ଭାରତ ମାଟିରେ ଗୋଟିଏ ମଧ୍ୟ ଆତଙ୍କୀ ହମ୍‌ଲା ହେଲେ ସେଥିପାଇଁ ବିଜେପି ଦାୟୀ ରହିବ କି? ନରେନ୍ଦ୍ର ମୋଦି ଦାୟୀ ରହିବେ କି? ଅମିତ ଶାହ ଦାୟୀ ରହିବେ କି? ରାଜନାଥ ସିଂହ ଦାୟୀ ରହିବେ କି? ବିଜେପି ଆଗାମୀ ୧୦୦ ବର୍ଷ ପାଇଁ ଭାରତର ନିର୍ବାଚନରେ ଭାଗ ନେବନି କି?