Today Odia Horoscope : ବୃହସ୍ପତି ମହାଗ୍ରହଙ୍କ ଚଳନ, ମିଥୁନ ରାଶିର ମୃଗଶିରା ନକ୍ଷତ୍ରକୁ ଗମନ କରିବେ
ଆଜି ମେ’ ମାସ ୧୫ ତାରିଖ ଗୁରୁବାର, ବୃଷ ସଂକ୍ରାନ୍ତି
ଆଜି ତୁଳା ଓ କୁମ୍ଭ ରାଶିର ଘାତବାର..
Today Odia Horoscope : ହିନ୍ଦୁ କ୍ୟାଲେଣ୍ଡର ମୁତାବକ ବୈଶାଖ ମାସ ୨୫ ଦିନ । ବୃଷ ପହିଲି ଦିନ । କୃଷ୍ଣପକ୍ଷ ତୃତୀୟା ତିଥି । ଚନ୍ଦ୍ର ଅବସ୍ଥାନ କରିଛନ୍ତି ଜ୍ୟେଷ୍ଠା ନକ୍ଷତ୍ର ବିଛା ରାଶିରେ । ଆଜି ତୃତୀୟା ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।
ମେଷରାଶି ଜାତକ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ । ସମୟର ସଦୁପଯୋଗ କରନ୍ତୁ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇପାରନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ କାମଗୁଡ଼ିକ ଶେଷ କରିପାରନ୍ତି । ସଂପର୍କୀୟଙ୍କ ସହଯୋଗରେ ଅଧା ରହିଥିବା କାମ ସାରିପାରନ୍ତି । ଦିନ ଗୋଟାଏରୁ ୨ଟା ସମୟ ଆପଣଙ୍କ ପାଇଁ ଶୁଭ ସମୟ । ଆଜି ପାଇଁ ହାଲୁକା ନୀଳର ପୋଷାକ ପରିଧାନ କରିପାରନ୍ତି ।
ବୃଷ ରାଶି ଜାତକ: ଆପଣ ବ୍ୟବସାୟ କରୁଥିଲେ, ଆଜି ଦିନଟି ଆପଣଙ୍କ ପାଇଁ ଖାସ ରହିବ । ଚାକିରି କରୁଥିଲେ ପଦୋନ୍ନତି ପାଇପାରନ୍ତି । ସାମାନ୍ୟ ଚିନ୍ତାରେ ରହିପାରନ୍ତି । ମାଙ୍ଗଳିକ କାର୍ଯ୍ୟରେ ସପରିବାର ଯୋଗଦାନ ପାଇଁ ଅଫିସରୁ ଛୁଟି ମଞ୍ଜୁର କରିପାରନ୍ତି । ସକାଳ ୧୦ଟାରୁ ୧୧ଟା ଭିତରେ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ସାରିପାରନ୍ତି । ଆଜି ପାଇଁ ଆପଣ ଗୋଲାପୀ ରଙ୍ଗର ପୋଷାକ ବ୍ୟବହାର କରିପାରନ୍ତି ।
ମିଥୁନ ରାଶି ଜାତକ: ଆଜି ଆପଣ ଶଯ୍ୟା ତ୍ୟାଗ ସମୟରେ କୌଣସି କାରଣରୁ ସାମାନ୍ୟ କ୍ରୋଧୀ ରହିପାରନ୍ତି । ମନ ମସ୍ତିଷ୍କ ଶାନ୍ତ ରଖି ସହକର୍ମୀ ଅବା ପରିବାର ଲୋକଙ୍କ ସହିତ କଥା ହୁଅନ୍ତୁ । ଅଫିସରେ କେହି ଆପଣଙ୍କ ସହିତ ଯୁକ୍ତିତର୍କ କରିପାରନ୍ତି । ମାତ୍ର ଆପଣ ଯୁକ୍ତିତର୍କକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ । ଅଫିସରୁ ଘରକୁ ଫେରିବା ପରେ ପରିବାର ସହିତ ସମୟ କାଟନ୍ତୁ । ସନ୍ଧ୍ୟା ୭ଟାରୁ ୮ଟା ସମୟ ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆଜି ପାଇଁ ଆପଣ ନାରଙ୍ଗୀ ରଙ୍ଗ ବ୍ୟବହାର କରନ୍ତୁ ।
କର୍କଟ ରାଶି ଜାତକ: ଆଜି ଦିନଟି ହସଖୁସି ଭିତରେ କଟିଯିବ । ଆପଣଙ୍କ ମନରେ କାମ କରିବାର ଆଗ୍ରହ ଓ ଉତ୍ସାହ ଏକ ନମ୍ବରରେ ରହିବ । ତଥାପି ତାରି ଭିତରେ ଆପଣ କିଛି ସମୟ ଆରାମ କରନ୍ତୁ ତା’ ନହେଲେ କାମଚାପରେ ଆପଣ ଅସୁସ୍ଥ ହୋଇପାରନ୍ତି । ସାଙ୍ଗସାଥୀଙ୍କ ସହିତ ବୁଲିବାକୁ ଯାଇପାରନ୍ତି । ସୁନାରଙ୍ଗର ପୋଷାକ ପିନ୍ଧିବା ଆପଣଙ୍କ ପକ୍ଷେ ଶୁଭଦାୟକ ରହିବ । ଅପରାହ୍ଣ ୪ଟା ୧୫ ମିନିଟ୍ରୁ ୫ଟା ଭିତରେ ଜଟିଳ କାମଗୁଡ଼ିକ ସାରିପାରନ୍ତି ।
ସିଂହ ରାଶି ଜାତକ: ଆଜି ଆପଣ ବଡ଼ ସ୍ୱପ୍ନ ଦେଖିପାରନ୍ତି । ମନରେ ପ୍ରବଳ ଆତ୍ମବିଶ୍ୱାସ ଦେଖାଯିବ । ବିଳାସମୟ ଜୀବନ ବିତାଇବା ପାଇଁ ପ୍ରଚୁର ଧନ ଆବଶ୍ୟକ । ପ୍ରଚୁର ଧନ ପାଇବା ପାଇଁ ଯୋଜନାବଦ୍ଧ କାରବାର ଆରମ୍ଭ କରିପାରନ୍ତି । ଆଜି ସେହିଭଳି ସାହସିକ ପଦକ୍ଷେପ ନେଇ ସଂପର୍କୀୟଙ୍କ ମନରେ ଆଶ୍ଚର୍ଯ୍ୟ ଭରି ଦେଇପାରନ୍ତି । ଦିନ ସାଢେ଼ ତିନିଟାରୁ ୫ଟା ଭିତରେ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ସାରିବା ଉଚିତ ହେବ । ଆଜି ପାଇଁ ଆପଣ ଲାଭାଣ୍ଡର ରଙ୍ଗ ବ୍ୟବହାର କରିପାରନ୍ତି ।
କନ୍ୟା ରାଶି ଜାତକ: ଆପଣଙ୍କ ମନ ଆଜି ସମ୍ବେଦନଶୀଳ ରହିପାରେ । କ୍ରୋଧ ଓ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ । ମଉଜ ମଜଲିସରେ ଏପରି କିଛି କୁହନ୍ତୁ ନାହିଁ ଯାହା ଅନ୍ୟମାନଙ୍କ ମନରେ ଆଘାତ ଭରିଦେବ । ପ୍ରିୟଜନଙ୍କ ସହିତ ମଧୁର ବ୍ୟବହାର ପ୍ରଦର୍ଶନ କରନ୍ତୁ । ଶୁଭ କାମ କରିବା ପାଇଁ ଅପରାହ୍ଣ ୪ଟାରୁ ୫ଟା ଉପଯୁକ୍ତ । ଆଜି ପାଇଁ ଆପଣ ଘନନୀଳ ରଙ୍ଗ ବ୍ୟବହାର କରନ୍ତୁ ।
ତୁଳା ରାଶି ଜାତକ: ଯୋଜନା ମୁତାବକ କାମ କରନ୍ତୁ ନଚେତ୍ ସମସ୍ୟାରେ ପଡ଼ି ଯାଇପାରନ୍ତି । ଆଜି ଆପଣଙ୍କ ମନ ବିଗିଡ଼ି ଯାଇପାରେ । ପାରିବାରିକ କ୍ଷେତ୍ରରେ କିଛି ସମସ୍ୟା ମୁଣ୍ଡ ଟେକିପାରେ । ସାଙ୍ଗସାଥୀ ଓ ପରିବାର ସହିତ ଘନିଷ୍ଠ ସଂପର୍କ ରଖନ୍ତୁ । ଆଚରଣ ଓ ଉଚ୍ଚାରଣ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ପାଇଁ ଆପଣ ଧଳାରଙ୍ଗ ବ୍ୟବହାର କରିପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ସନ୍ଧ୍ୟା ୫ଟାରୁ ୭ଟା ଭିତରେ ସାରନ୍ତୁ ।
ବିଛା ରାଶି ଜାତକ: ଆଜି ଆପଣ ସବୁଦିଗରୁ ଆଶ୍ୱସ୍ତ ମନେ କରିପାରନ୍ତି । ସତର୍କ ରୁହନ୍ତୁ, ଆପଣଙ୍କର କୌଣସି ଆତ୍ମୀୟ ଆପଣଙ୍କୁ ମାୟାଜାଲରେ ପକାଇ ଆପଣଙ୍କ ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ କରିପାରନ୍ତି । ବୁଝିବିଚାରି ମାପିଚୁପି କଥା କୁହନ୍ତୁ । ଏପରି କିଛି କୁହନ୍ତୁ ନାହିଁ ଯାହା ପାଇଁ ଆପଣଙ୍କୁ ମନସ୍ତାପ କରିବାକୁ ପଡ଼ିବ । ଆଜି ପାଇଁ ଗୋଲାପୀ ପୋଷାକ ପରିଧାନ କରନ୍ତୁ, ସକାଳ ୧୦ଟାରୁ ଦିନ ୧୧ଟା ୧୫ ମିନିଟ୍ ଆପଣଙ୍କ ପାଇଁ ଶୁଭ ସମୟ ।
ଧନୁ ରାଶି ଜାତକ: ଆଜି ନିଜକୁ ଅଲୋଡ଼ା ମନେ କରିପାରନ୍ତି । ବିଗତ କିଛିଦିନ ଧରି ଆପଣଙ୍କ ମନଟି ବିଚଳିତ ଅଛି । ଉଚିତ ଅନୁଚିତ ଭିତରୁ ଆଜି ଯେକୌଣସି ଗୋଟିଏ ଗ୍ରହଣ କରନ୍ତୁ ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । କାହା ଉପରେ ପୂର୍ଣ୍ଣ ଭରସା କରିବା ପୂର୍ବରୁ କଷଟି ପଥରରେ ଘଷନ୍ତୁ । ବିଶ୍ୱାସୀ ଲୋକଙ୍କ ସହିତ ଅନ୍ତର ବେଦନାକୁ ସେୟାର କରି ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିପାରନ୍ତି । ଆଜି ପାଇଁ ଆପଣ ଲାଲ ରଙ୍ଗର ରୁମାଲ ବ୍ୟବହାର କରିପାରନ୍ତି । ସନ୍ଧ୍ୟା ୫ଟାରୁ ୬ଟା ଆପଣଙ୍କ ପାଇଁ ଶୁଭ ସମୟ ।
ମକର ରାଶି ଜାତକ: ଆପଣଙ୍କ ଲଭ୍ ସଂପର୍କରେ ପରିବାର ଲୋକଙ୍କୁ ଜଣାଇବା ପାଇଁ ଉପଯୁକ୍ତ ସମୟ ଆସିଛି । କ୍ରେଡିଟ୍ କାର୍ଡକୁ ଆଲମାରୀରେ ସାଇତି ରଖନ୍ତୁ । ପକେଟରେ ଯେତିକି ଧନ ଅଛି ସେତିକି ନେଇ ବଜାରକୁ ଯାଆନ୍ତୁ, ଦରକାରୀ ଜିନିଷରୁ ଅଳ୍ପ ଅଳ୍ପ କିଣି ଘରକୁ ଆସନ୍ତୁ । ଆଗାମୀ ଦିନରେ କ୍ରେଡିଟ୍ କାର୍ଡ ଜରିଆରେ ବିଳାସମୟ ସାମଗ୍ରୀ କିଣିପାରନ୍ତି । ଲଗାମଛଡ଼ା ଜୀବନ ଯାପନ କରନ୍ତୁ ନାହିଁ । ଆଜି ପାଇଁ ଆପଣ ନୀଳ ରଙ୍ଗର ପୋଷାକ ବ୍ୟବହାର କରିପାରନ୍ତି । ସନ୍ଧ୍ୟା ୬ଟାରୁ ୭ଟା ଭିତରେ ଜରୁରୀ କାମ ଶେଷ କରନ୍ତୁ ।
କୁମ୍ଭ ରାଶି ଜାତକ: ଆଜି ଆପଣ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ । ଆଗପଛ ବିଚାର ନକରି ଅନ୍ୟକୁ ଦାୟୀ କରିବା ଅନୁଚିତ । ମନରେ ଦବି ରହିଥିବା ନିଅାଁ ଆଜି ହଠାତ୍ ବାହାରିବାର ଆଶଙ୍କା କରାଯାଏ । ମନର ଭାବନାକୁ ଚାପି ରଖି ଅନ୍ୟମାନଙ୍କ ସାଙ୍ଗରେ କଥା ହୁଅନ୍ତୁ । ବୁଝିବିଚାରି ନୂତନ ଆରମ୍ଭ କରିପାରନ୍ତି । ଅତିରିକ୍ତ ଆୟ ପାଇଁ ନୂଆ ଚାକିରି ସନ୍ଧାନ କରିପାରନ୍ତି ।
ମୀନ ରାଶି ଜାତକ: ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପରିବାର ଅବା ନିଜ ପାଇଁ କିଛି ଜିନିଷ କିଣିବା ପାଇଁ ଟଙ୍କା ଉଧାର କରିପାରନ୍ତି । ଆଗାମୀ ଦିନରେ ଆପଣଙ୍କ ମନକୁ ଚିହ୍ନି ପାରୁଥିବା ଲୋକଟିଏ ମିଳିଯାଇପାରେ । ଚାକିରି ଛାଡ଼ିବାର ଅଭିଳାଷ ମନକୁ ଆଣିବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ପାଇଁ ଶୁଭ ସମୟ ଆସୁଛି । ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ । ହଠାତ୍ କୌଣସି ସୂତ୍ରରୁ ନୂଆ ଚାକିରି ସୂଚନା ପାଇପାରନ୍ତି ।