ତ୍ୱଚା ଉଜ୍ଜ୍ୱଳ ରଖିବା ପାଇଁ କଞ୍ଚାକ୍ଷୀର ବ୍ୟବହାର କରନ୍ତୁ

ତ୍ୱଚାକୁ ସୁସ୍ଥ ରଖିବା ପାଇଁ କଞ୍ଚାକ୍ଷୀର ସାହାଯ୍ୟ କରିଥାଏ….

କଞ୍ଚାକ୍ଷୀର ଶରୀର ପାଇଁ ଭଲ ବୋଲି ଆମେ ପିଲାବେଳୁ ଶୁଣି ଆସିଛେ। ଏଥିରେ ଭିଟାମନ୍‌ ଏ, କ୍ୟାଲସିୟମ୍‌, ଆଇରନ୍‌, ପ୍ରୋଟିନ୍‌, ଫ୍ୟାଟ୍‌, କୋଲେଷ୍ଟ୍ରଲ୍‌ ପରି ପୋଷକତତ୍ତ୍ୱ ରହିଛି। କେବଳ ଶରୀର ନୁହେଁ, ତ୍ୱଚାକୁ ସୁସ୍ଥ ରଖିବା ପାଇଁ କଞ୍ଚାକ୍ଷୀର ସାହାଯ୍ୟ କରିଥାଏ। ତେବେ କେବଳ କଞ୍ଚାକ୍ଷୀରକୁ ପିଇଲେ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିନଥାଏ। ଏହାକୁ ମୁହଁରେ ଲଗାଇଲେ ମଧ୍ୟ ତ୍ୱଚା ଉଜ୍ଜ୍ୱଳ ହେବା ସହିତ କୋମଳ ହୋଇଥାଏ।

ଅମୃତଭଣ୍ଡା ଓ କଞ୍ଚାକ୍ଷୀରର ମିଶ୍ରଣକୁ ତ୍ୱଚାରେ ଲଗାଇଲେ ତ୍ୱଚାରେ ନାଚୁରାଲ୍‌ ଗ୍ଲୋ ଆସିଥାଏ। ଅମୃତଭଣ୍ଡାରେ ଏକ ଏନଜାଇମ୍‌ ରହିଛି, ଯାହା ଡେଡ୍‌ ସେଲ୍‌କୁ ତ୍ୱଚାରୁ ବାହାର କରି ବ୍ରଣ ଓ ଦାଗ ସମସ୍ୟା ଦୂର କରିଥାଏ।