ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଏହି ଜିନିଷ ବ୍ୟବହାର କରନ୍ତୁ

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ….

ଲୋକମାନେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଆମେ ଅନେକ ପ୍ରକାରର ଘରୋଇ ଉପଚାର କରିଥାଉ। ଏହାସହ ପାର୍ଲର ଯାଇ ମଧ୍ୟ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଉ। ଅନେକ କ୍ରୀମର ବ୍ୟବହାର ମଧ୍ୟ କରିଥାଉ। କିନ୍ତୁ କୌଣସି ପାର୍ଲର ନ ଯାଇ ଘରୋଇ ଉପଚାର କରନ୍ତୁ, ଶାଗୁର ବ୍ୟବହାର କରି ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରି ପାରିବେ।

ସାଧାରଣତଃ ଲୋକମାନେ ଶାଗୁକୁ ଖାଦ୍ୟ ହିସାବରେ ବ୍ୟବହାର କରନ୍ତି । ଏହାକୁ ମୁଖ୍ୟତଃ କୌଣସି ପୂଜା ଓ ଉପବାସ ସମୟରେ ଖାଇ ଥାଆନ୍ତି। ଶାଗୁ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଶାଗୁ ନେଇ କିଛି ସମୟ ବତୁରାଇ ଦିଅନ୍ତୁ। ତାପରେ ତାକୁ ପେଷି ଦିଅନ୍ତୁ। ଶାଗୁ ପେଷି ହୋଇଯିବା ପରେ ସେଥିରେ ଶାଗୁ ପେଷ୍ଟ, ମହୁ ଓ ଲେମ୍ବୁ, କ୍ଷୀର ମିଶାଇ ଦିଅନ୍ତୁ। ତାକୁ ମୁହଁରେ ବ୍ୟବହାର କରନ୍ତୁ। ଏପରି ପ୍ରତିଦିନ ବ୍ୟବହାର କରିବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ।