ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତ ଅଧିକାରୀମାନେ ଜାଣନ୍ତି କି? ଏମିତି ଚାଲିଛି କେନ୍ଦ୍ର ସିରସ୍ତାରେ ସରକାରୀ କାମ
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀଙ୍କ କାମ କରିବା କଳା ସଂପର୍କରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ରାଜ୍ୟ ସରକାରଙ୍କ ସିରସ୍ତାରୁ ଯୋଉ ଫାଇଲ କେନ୍ଦ୍ର ସିରସ୍ତାକୁ ଯାଉଛି, ତାହା ସହଜ ବାଟରେ ସଚିବାଳୟ ଅବା ଜିଲ୍ଲାପାଳଙ୍କ ଅଫିସକୁ ଫେରୁନି । ଏଇ ହେଉଛି ‘ବିକଶିତ ଭାରତ’ର ବିକଳ ଚିତ୍ର ।
ଅଣବିଜେପି ଶାସିତ ରାଜ୍ୟରେ ଶାସନ ବ୍ୟବସ୍ଥା ଯୋଉ ଢଙ୍ଗରେ ଚାଲିଛି, ବିଜେପି ଶାସିତ ରାଜ୍ୟରେ ମଧ୍ୟ ସେଇ ଅବସ୍ଥା ଦେଖିବାକୁ ମିଳୁଛି । ନିର୍ବାଚନ ପୂର୍ବରୁ ଯୋଉ ବିଜେପି ନେତାମାନେ ଡବଲ ଇଞ୍ଜିନ ସରକାରକୁ ମୁଣ୍ଡରେ ବସାଇଥିଲେ । ସେଇମାନଙ୍କ ପାଖରେ ଆମ ଅଭିଯୋଗର ଜବାବ ନାହିଁ । ଆଖିରେ ଆଖି ମିଳାଇବାର ସାହସ ସେମାନଙ୍କ ନିକଟରେ ଦେଖିବାକୁ ମିଳୁନି ।
ଆମ କଥାଟି ଯୋଉ ବିଜେପି ନେତା ଓ କର୍ମୀମାନଙ୍କୁ ଗନ୍ଧଉଛି, ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସକୁ ଯାଇ ଡବଲ ଇଞ୍ଜିନ ସରକାରଙ୍କ କଦର୍ଯ୍ୟ ଚିତ୍ର ଦେଖି ପାରନ୍ତି ।
ଖବର କାଗଜଟିଏ ଛପାଇବା ପାଇଁ ଯୋଉ ପ୍ରକାଶକମାନେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟରତ ଆରଏନ୍ଆଇ ଅଫିସିଆଲ ପୋର୍ଟାଲକୁ ଯାଇ ଟାଇଟଲଟିଏ ପାଇବା ପାଇଁ ଆବେଦନ କରୁଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୂଡ଼ାନ୍ତ ହୋଇ ଆର୍ଏନ୍ଆଇ ନିକଟକୁ ଯାଉଥିବା ଆବେଦନ ପତ୍ରଗୁଡ଼ିକ ପିଆର୍ଜିଆଇ ସିରସ୍ତାରେ ଅଟକି ଯାଉଛି ।
ସବୁଠାରୁ କୌତୁହଳର ବିଷୟ ହେଉଛି, ଖବର କାଗଜ ଟାଇଟଲ ପାଇବା ପାଇଁ ଆବେଦନ କରୁଥିବା ଲୋକମାନଙ୍କ ପାଇଁ ୬୦ ଦିନିଆ ଟାଇମ୍ ଲାଇନ୍ ବ୍ୟବସ୍ଥା କରାଯାଇଛି । ମାତ୍ର ଆରଏନ୍ଆଇ ଅଫିସରୁ ଟାଇଟଲ ମଞ୍ଜୁର କରିବା ପାଇଁ କୌଣସି ଟାଇମ୍ ଲାଇନ୍ ରଖାଯାଇନି ।
ବିକଶିତ ଭାରତରେ ଏଭଳି କଦର୍ଯ୍ୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଗଲେ, ତାହା ଆଗ୍ରହୀ ପ୍ରକାଶନ ସଂସ୍ଥା ବା ପ୍ରକାଶକଙ୍କ ପାଇଁ କେତେଦୂର ସହାୟକ ହେବ, ତା’ର ଜବାବ ପ୍ରଧାନମନ୍ତ୍ରୀ ଅବା ତାଙ୍କ ସିରସ୍ତାରେ କାର୍ଯ୍ୟରତ ଅଧିକାରୀମାନଙ୍କ ପାଖରେ ଅଛି ତ?