ମୋଦିଙ୍କ ନାକ କଟିଯିବା ପରିସ୍ଥିତିରେ । ପହଲଗାମ ଆତଙ୍କୀ ହମ୍ଲାର କଡ଼ା ଜବାବ ଦିଆ ନଗଲେ, ଦେଶର ୧୪୩ କୋଟି ଜନତାଙ୍କ ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଛାତି ଫୁଲାଇ ଚାଲି ପାରିବେନି । ଧାରା ୩୭୦ ଉଚ୍ଛେଦ କରାଗଲେ, ଜମ୍ମୁ-କଶ୍ମୀର ମାଟିରେ ଆଉ ଆତଙ୍କବାଦୀ ସଂଗଠନ ପାଦ ପକାଇ ପାରିବନି ବୋଲି ଦେଶବାସୀଙ୍କ ଆଗରେ ବିଜେପି ଯୋଉ ଫୁଟାଣି ମାରୁଥିଲା । ପହଲଗାମ ଆତଙ୍କୀ ହମ୍ଲା ବିଜେପିର ଫୁଟାଣି ଭାଙ୍ଗି ଦେଇଛି ।
ସବୁଠାରୁ ବଡ଼ କଥା ହେଉଛି, ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା ନକଲେ ମୋଦିଙ୍କ ଲୋକପ୍ରିୟତା, ବିଜେପିର ଲୋକପ୍ରିୟତା କମିଯିବ । ମୋଦିଜୀ ଲୋକପ୍ରିୟତା କମିଗଲେ, ବିଜେପି ହାତରୁ ବିହାର ଖସିଯିବାର ଆଶଙ୍କା ରହୁଛି । କ’ଣ କରିବେ ମୋଦିଜୀ? କ’ଣ କରିବେ ମୋଦିଙ୍କ ରିଙ୍ଗ୍ ମାଷ୍ଟର ମୋହନ ଭାଗବତ?
ପହଲଗାମ ଆତଙ୍କୀ ହମ୍ଲା ଏକା ସମୟରେ ବିଜେପି ଓ ବିଜେପିର ଗଡ୍ ଫାଦର୍ ରାଷ୍ଟ୍ରୀୟ lସ୍ୱୟଂସେବକ ସଂଘ ମୁହଁ ଲୁଚାଇବାକୁ ବାଧ୍ୟ କରିଛି । ବିଜେପି ହାତରେ ଦେଶ ପୂର୍ଣ୍ଣ ସୁରକ୍ଷିତ କହିବାକୁ ସଂଘ ପରିବାର ପାଟି ଖନି ମାରି ଯାଉଛି । ସଂଘ ପରିବାର ମୁଖିଆ ମୋହନ ଭାଗବତଙ୍କ ଗାଲରେ ଶକ୍ତ ଚାପୁଡ଼ା ବାଜିଛି ।
ଏବେ ପହଲଗାମ ହମ୍ଲାର ଏକମାତ୍ର ଜବାବ ପାକିସ୍ତାନ ବିରୋଧରେ ଭାରତର ଯୁଦ୍ଧ ଘୋଷଣା ।
କିନ୍ତୁ ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିବା କ’ଣ ଏତେ ସହଜ? ଯୁଦ୍ଧ ହେଲେ ଯୁଦ୍ଧର ପରିଣାମ ଦୁଇଟି ଯାକ ଦେଶର ୨୦୦ କୋଟି ଜନତାଙ୍କୁ ଭୋଗିବାକୁ ପଡ଼ିବ । ଯୁଦ୍ଧ ଘୋଷଣା ପୂର୍ବରୁ ଭାରତର ରାଜକୋଷରୁ ୬୩ ହଜାର କୋଟି ଟଙ୍କା ଫ୍ରାନ୍ସ ରାଜକୋଷକୁ ଚାଲିଗଲାଣି । ଯୁଦ୍ଧ ଆରମ୍ଭ ହୋଇଗଲେ ପୁଣି କେତେ କୋଟି କୋଉ ଦେଶକୁ ଚାଲିଯିବ ।
ଯୁଦ୍ଧ ପୂର୍ବରୁ ଖାଉଟି ବଜାରରେ ଡାଲି, ଚାଉଳ, ଅଟା, ଖାଇବା ତେଲ, ମସଲା, ଅଟା ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଯୁଦ୍ଧ ଚାଲିବା ସମୟ ଓ ଯୁଦ୍ଧ ପରବର୍ତୀ ଅବସ୍ଥା ପ୍ରତି ଟିକେ ଭଲ କରି ବିଚାର କରିବା ଜରୁରୀ ନୁହେଁ କି?
ପହଲଗାମ ଆତଙ୍କୀ ହମ୍ଲା ଓ ତା’ର କଡ଼ା ଜବାବ ଦେବା ଆଳରେ ରାଜକୋଷରୁ ଚଟାପଟ୍ ୬୩ ହଜାର କୋଟି ଟଙ୍କା ବାହାର କରି ସେଥିରୁ ଚଳିତ ବର୍ଷର ନିର୍ବାଚନ ଖର୍ଚ୍ଚ ଉଠାଇ ନେବାର ଚାଲଟା କେବଳ ମୋଦି-ଅମିତ-ରାଜନାଥଙ୍କ ଭଳି ଲୋକଙ୍କ ମୁଣ୍ଡରୁ ବାହାରି ପାରେ ।
ଏବେ ଆପଣମାନେ ବିଚାର କରନ୍ତୁ, ପହଲଗାମରେ ନିରୀହ ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ଆତଙ୍କୀମାନେ କୋଉ ଦଳକୁ ଫାଇଦା ଦେଇଛନ୍ତି । ୧୪୩ କୋଟି ଜନତାଙ୍କ ଜୀବନ ସହିତ ଆତଙ୍କୀ ସଂଗଠନ ଖେଳୁଛି ନା ବିଜେପି ଓ ତା’ର ଛାମୁଆ ସଂଗଠନଗୁଡ଼ିକ ଖେଳୁଛନ୍ତି ।
ପହଲଗାମ ଆତଙ୍କୀ ହମ୍ଲାର ଜବାବ କିପରି ଦିଆଯିବ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଷ୍ଟେପ୍ କ’ଣ? ପାକିସ୍ତାନ ଉପରେ ହମ୍ଲା ନା ପିଓକେ ଉପରେ ହମ୍ଲା । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସବୁ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଡକୁ ଚାତକ ଭଳି ଅନାଇ ରହିଛନ୍ତି । ମୋଦିଙ୍କ ତୁଣ୍ଡରୁ ଯାହା ବାହାରିବ । ତାକୁ ସାରା ଭାରତ ମାନିବାକୁ ବାଧ୍ୟ କାରଣ? କାରଣ ଆପଣମାନେ ସବୁ ଜାଣଛନ୍ତି ।
ପହଲଗାମ ଆତଙ୍କୀ ହମ୍ଲା ମାମଲାରେ ମୋଦି-ଅମିତ-ରାଜନାଥଙ୍କ ଉପରକୁ ଆଙ୍ଗୁଠି ଉଠାଇବ ତ ପରିସ୍ଥିତି ଆଦୌ ଭଲ ହେବନି । ସୋସିଆଲ ମିଡିଆରେ ମୋଦି-ଅମିତ-ରାଜନାଥଙ୍କୁ ସମାଲୋଚନା କରି ପ୍ରାୟ ୧୮ ଜଣ ଗିରଫ ହେଲେଣି ।
ଏ କଥା ଶୁଣିବା ପରେ ଆଉ କୋଉ ବାପାର ପୁଅ ମୋଦି-ଅମିତ-ରାଜନାଥଙ୍କ ଦୋଷ ବାଛିବାକୁ ସାହସ କରିବ?
ପହଲଗାମ ଆତଙ୍କୀ ହମ୍ଲାର କଡ଼ା ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ୧୪୩ କୋଟି ଜନତାଙ୍କର ଝାଳବୁହା ଧନରୁ ପ୍ରାୟ ୬୩ ହଜାର କୋଟି ଟଙ୍କା ଉଠାଇ ନେବେ । ସେହି ଟଙ୍କାରେ ଫ୍ରାନ୍ସକୁ ୨୬ଟା ରାଫେଲ୍ କିଣିବେ ।
ମୋଦିଙ୍କ ରାଫେଲ କିଣା ଖବର ପାକିସ୍ତାନ କାନରେ ପଡ଼ିଗଲା ପରେ ଶରିଫ ସରକାରଙ୍କ ନିଦ ହଜିଯାଇଛି ।
ପାକିସ୍ତାନର ସୂଚନା ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲା ତରାଇ ଥରିଲା ଥରିଲା କଣ୍ଠରେ ଗଣମାଧ୍ୟମ ଆଗରେ କହୁଛନ୍ତି ଯେ ଭାରତ ମନଗଢ଼ା ଅଭିଯୋଗ ଆଣି ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ମସୁଧା କରୁଛି । ହମ୍ଲାର ଜବାବ ହମ୍ଲାରେ ଦିଆଯିବ ।