ମଧ୍ୟପ୍ରଦେଶ ସରକାରଙ୍କଠାରୁ ୧୦ ହଜାର କୋଟି ଟଙ୍କା ଦାବି

ଗଣଦୁଷ୍କର୍ମ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହେବା ପରେ ଜଣେ ବ୍ୟକ୍ତି..

ଭୋପାଳ: ଗଣଦୁଷ୍କର୍ମ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହେବା ପରେ ଜଣେ ବ୍ୟକ୍ତି ମଧ୍ୟପ୍ରଦେଶ ସରକାରଙ୍କଠାରୁ ୧୦ ହଜାର କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ମଧ୍ୟପ୍ରଦେଶର ରତଲାମ ନିବାସୀ ତାଙ୍କ ଆବେଦନ ପତ୍ରରେ ଦର୍ଶାଇଛନ୍ତି, ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କରି ତାଙ୍କୁ ଜେଲକୁ ପଠାଇ ରାଜ୍ୟ ପୁଲିସ ତାଙ୍କ ପରିବାରକୁ ଭୋକଉପାସରେ ଦିନ କାଟିବାକୁ ବାଧ୍ୟ କରିଛନ୍ତି । ଉଭୟ ପରିବାର ଓ ଅଭିଯୁକ୍ତ ସାମାଜିକ ସ୍ତରରେ ବଦନାମ ହୋଇଛନ୍ତି।

ବିନା ଦୋଷରେ ଗୋଟିଏ ପରିବାରକୁ ଦୁଃଖ ଯନ୍ତ୍ରଣା ଭିତରେ ରହିବାକୁ ବାଧ୍ୟ କରିଥିବାରୁ ମଧ୍ୟପ୍ରଦେଶ ସରକାର କ୍ଷତିପୂରଣ ଦେବାକୁ ବାଧ୍ୟ । ମାନବ ଜୀବନକୁ ମୂଲ୍ୟବାନ ଦର୍ଶାଇ ମଧ୍ୟପ୍ରଦେଶ ସରକାର ତାଙ୍କ ଜୀବନ ସହିତ ଖେଳିଛନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ଆବେଦନକାରୀ କାନ୍ତିଲାଲ ଭୀଲ (୩୫)।

କାନ୍ତିଲାଲ କ୍ଷତିପୂରଣ ବାବଦକୁ ୧୦ ହଜାର କୋଟି ଟଙ୍କା, ଆଇନଗତ ଖର୍ଚ୍ଚ ବାବଦ ୨ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଖର୍ଚ୍ଚ ସମେତ ୧୦ ହଜାର ୬ ଲକ୍ଷ ୨ ହଜାର ଟଙ୍କା ଦାବି କରିଛନ୍ତି।