ଅର୍ଚ୍ଚନାଙ୍କୁ ଭିକାରୁଣୀ କରିବ ଇଡି

ଅର୍ଚ୍ଚନାଙ୍କ ଗରାଖ ତାଲିକାଭୁକ୍ତ ପ୍ରତିଷ୍ଠିତ ରାଜନେତା, ଶିଳ୍ପପତି, ବ୍ୟବସାୟୀଙ୍କ କଳା କାରନାମା ଖୋଳତାଡ଼ କରିବାକୁ ଇଡି ପଛାଇ ଯାଇଛି..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଅର୍ଚ୍ଚନା ନାଗ, ତାଙ୍କ ପତି ଜଗବନ୍ଧୁ, ବନ୍ଧୁ ଖଗେଶ୍ୱରଙ୍କ ସ୍ଥାବର ଅସ୍ଥାବର ସଂପତିକୁ ସରକାରୀ ସଂପତିରେ ସାମିଲ କରିବା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ମାତ୍ର ଅର୍ଚ୍ଚନାଙ୍କ ଗରାଖ ତାଲିକାଭୁକ୍ତ ପ୍ରତିଷ୍ଠିତ ରାଜନେତା, ଶିଳ୍ପପତି, ବ୍ୟବସାୟୀଙ୍କ କଳା କାରନାମା ଖୋଳତାଡ଼ କରିବାକୁ ଇଡି ପଛାଇ ଯାଇଛି । ଅର୍ଚ୍ଚନାଙ୍କ ଜାଲରେ ଧରା ପଡ଼ିଥିବା ସାମାଜିକ ପ୍ରତିଷ୍ଠିତ ଲୋକମାନଙ୍କ ନିକଟରେ ଉଭୟ ଧଳାଟଙ୍କା ଓ କଳାଟଙ୍କା ଥିଲା । ଅର୍ଚ୍ଚନାଙ୍କ ଝୁଲାମୁଣିକୁ କଳାଟଙ୍କା ଆସିଛି । ଇଡି ପାଖରେ ସାମାଜିକ ପ୍ରତିଷ୍ଠିତ ଲୋକଙ୍କ କଳା କାରନାମାକୁ ଧରା ପକାଇବା ପାଇଁ ସତ୍‌ସାହସ ନାହିଁ।

ମାର ମାର ଭଣ୍ଡାରିଆକୁ ମାର’ ନୀତିରେ ଅର୍ଚ୍ଚନା ନାଗଙ୍କୁ ପୁଣି ଭିକାରୁଣୀ ବନାଇ ଦିଆଯିବ । କିନ୍ତୁ ଅସୁମାରି କଳାଟଙ୍କା ବଳରେ ସମାଜର ବଡ଼ପଣ୍ଡା ଗୋଷ୍ଠୀ ଆଉ ଗୋଟିଏ ଅର୍ଚ୍ଚନା ନାଗ ସୃଷ୍ଟି କରିବା ବାଟକୁ ମୁକୁଳା ରଖିଲା ଇଡି । ଅର୍ଚ୍ଚନା ନାଗର ସୃଷ୍ଟି ସାଧାରଣ ମଳିମୁଣ୍ଡିଆ ଭିତରୁ । ଅଭାବରେ ପଡ଼ି ଜଣେ ମହିଳା ତାଙ୍କର ଅପରୂପ ସୌନ୍ଦର୍ଯ୍ୟକୁ ଟଙ୍କାରେ ପରିବର୍ତନ କରି ଇଡି ଆଖିରେ ଦୋଷୀ ହୋଇଗଲେ।

କିନ୍ତୁ ଅର୍ଚ୍ଚନାଙ୍କ ଦେହର ବାସ୍ନା ଓ ଓଠରୁ ମହୁଲି ପିଇବା ପାଇଁ ସମାଜର ସବୁ ବାଧାବନ୍ଧନକୁ ତୁଚ୍ଛ ମଣୁଥିବା ବଡ଼ପଣ୍ଡା ଗୋଷ୍ଠୀ ଖାଂଟି ଧୁଆମୁଗ ହୋଇଗଲେ । ପିଲାପିଲି ଓ ପତ୍ନୀଙ୍କୁ ଧୋକା ଦେଇ ଅର୍ଚ୍ଚନାଙ୍କ କକ୍ଷରେ ରାତି କଟାଉଥିବା ବଡ଼ପଣ୍ଡା ଗୋଷ୍ଠୀଙ୍କୁ ଅଭୟ ଦେଇ ଇଡି ନିଜକୁ ଧୋକା ଦେଇଛି।